Latest Odisha News

BREAKING NEWS

ବାପାଙ୍କୁ ଦେଖି ପାରିଲେନି ରିଦ୍ଧିମା, ଭିଡ଼ିଓ କଲରେ ଋଷିଙ୍କ ଶେଷକୃତ୍ୟ ଦେଖାଇଲେ ଆଲିଆ

ମୁମ୍ବାଇ : ଦିବଂଗତ ଅଭିନେତା ଋଷି କପୁରଙ୍କ ଶେଷ ଦର୍ଶନ କରିପାରିଲେନି ତାଙ୍କର ଏକମାତ୍ର ଝିଅ ରିଦ୍ଧିମା କପୁର ସାହାନି । ଋଷିଙ୍କ ଶେଷକୃତ୍ୟକୁ ଭିଡ଼ିଓ କଲ ଦ୍ୱାରା ରିଦ୍ଧିମାଙ୍କୁ ଦେଖାଇଛନ୍ତି ତାଙ୍କ ଭାଇ ରଣବୀର କପୂରଙ୍କ ବାନ୍ଧବୀ ଆଲିଆ ଭଟ୍ଟ ।

ଅପରାହ୍ନରେ ଋଷିଙ୍କ ଶେଷକୃତ୍ୟ ମୁମ୍ବାଇର ଚନ୍ଦନବାଡୀଠାରେ ସମ୍ପନ୍ନ ହୋଇଛି । ପୁଅ ରଣବୀର ମୁଖାଗ୍ନି ଦେଇଥିଲେ । ଏହି ସମୟରେ କେବଳ ୨୦ ଜଣ ଉପସ୍ଥିତ ରହିବା ପାଇଁ ଅନୁମତି ମିଳିଥିଲା ।

ସାରାଦେଶରେ ଲକଡାଉନ ପରିସ୍ଥିତି ଥିବା ବେଳେ ଦିଲ୍ଲୀରେ ରହୁଥିବା ରିଦ୍ଧିମା ଯୋଗୁଁ ଶେଷକୃତ୍ୟ ସମୟରେ ପହଂଚି ପାରିନାହାନ୍ତି । ଯଦିଓ ତାଙ୍କୁ କାର ଯୋଗେ ଦିଲ୍ଲୀରୁ ମୁମ୍ବାଇ ଯିବାକୁ ଅନୁମତି ମିଳିଛି କିନ୍ତୁ ତାଙ୍କୁ ପହଞ୍ଚିବାକୁ ପ୍ରାୟ ୧୮ ଘଣ୍ଟା ଲାଗିବ । ସେ ଆସନ୍ତାକାଲି ମୁମ୍ବାଇରେ ପହଁଚିବେ ।

ଆଜି ସକାଳେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଋଷିଙ୍କର ଦେହାନ୍ତ ହୋଇଥିଲା ।

Leave A Reply

Your email address will not be published.