ନୂଆଦିଲ୍ଲୀ: ଗତ ତିନି ବର୍ଷରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ସରକାରୀ ରାଜକୋଷରେ ୫ ଲକ୍ଷ କୋଟି ଟଙ୍କା ଜମା କରିଛି। କମ୍ପାନୀର ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ ସମେତ ସ୍ପେକ୍ଟ୍ରମ୍ ଉପଯୋଗ ଶୁଳ୍କ ଓ ଅନ୍ୟାନ୍ୟ କ୍ଷେତ୍ରରେ ଆରଆଇଏଲ ଏହି ଟଙ୍କା ସରକାରୀ ରାଜକୋଷର ଜମା କରିଛି। ଆରଆଇଏଲର ବାର୍ଷିକ ଫଳାଫଳ ରିପୋର୍ଟ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।
ବିଗତ ୩ବର୍ଷରେ ରିଲାଏନ୍ସ ସରକାରୀ ରାଜକୋଷରେ ଯେତିକି ଟଙ୍କା ଜମା କରିଛି, ତାହା ଭାରତ ସରକାରଙ୍କ ମୋଟ ବଜେଟ୍ ବ୍ୟୟର ୫% ରୁ ଅଧିକ ବୋଲି ଆକଳନ କରାଯାଉଛି। ୨୦୨୨-୨୩ ଆର୍ଥତ୍କ ବର୍ଷରେ କମ୍ପାନୀ ସରକାରୀ ରାଜକୋଷରେ ୧.୭୭ ଲକ୍ଷ କୋଟି ଟଙ୍କା ଜମା କରିଛି। ସେହପରି ୨୦୨୧-୨୦୨୨ ଆର୍ଥତ୍କ ବର୍ଷରେ କମ୍ପାନୀ ମୋଟ ୧.୮୮ ଲକ୍ଷ କୋଟି ଟଙ୍କାର ଟିକସ ସରକାରୀ ରାଜକୋଷରେ ଜମା କରିଥିଲା।
କମ୍ପାନୀର ବାର୍ଷିକ ରିପୋର୍ଟ ଅନୁଯାୟୀ ୨୦୨୨-୨୩ ଆର୍ଥତ୍କ ବର୍ଷରେ ରିଲାଏନ୍ସ ୯୫,୧୬୭ ନୂଆ ନିଯୁକ୍ତି ସୃଷ୍ଟି କରିଥିଲା। ତାହାକୁ ମିଶାଇ ରିଲାଏନ୍ସର ମୋଟ କର୍ମଚାରୀ ସଂଖ୍ୟା ୩.୮୯ ଲକ୍ଷକୁ ବୃଦ୍ଧି ପାଇଛି । ସେଥିରୁ ୨.୪୫ ଲକ୍ଷ ଲୋକ ରିଲାଏନ୍ସ ରିଟେଲ୍ରେ ନିୟୋଜିତ ରହିଛନ୍ତି, ରିଲାଏନ୍ସ ରିଟେଲ୍ ଦେଶର ସବୁଠୁ ବଡ଼ ନିଯୁକ୍ତିଦାତା ଭାବେ ଉଭା ହୋଇଛି। କମ୍ପାନୀର ବାର୍ଷିକ ରିପୋର୍ଟ ଅନୁସାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଲଗାତର ତୃତୀୟ ବର୍ଷ ପାଇଁ କୌଣସି ଦରମା ନେଇ ନାହାନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରି ଦେଶର ସର୍ବାଧିକ ଟିକସ ଦେଉଥିବା କମ୍ପାନୀ ଭାବେ ପରିଗଣିତ ହୋଇଥାଏ।
Comments are closed.