ପୁରା ହେଇଛି ଗରୀବର ସ୍ବପ୍ନ | ଦିନେ ନିଜ ଘର ଗଳିରେ କାଠଫାଳିଆରେ କ୍ରିକେଟ ଖେଳୁଥିବା ପିଲା ଏବେ ଭାରତ ପାଇଁ ଖେଳିବାକୁ ଯାଉଛି | ପ୍ରଥମ ଥର ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ରିଙ୍କୁ ସିଂ । ଆନ୍ତର୍ଜାତୀୟ ସ୍ତର ଖେଳରେ ପଦାର୍ପଣ କରିବାକୁ ଯାଉଥିବା ଆଇପିଏଲ୍ ତାରକା ରିଙ୍କୁ ସିଂହ ଏବେ ଜୀବନର ଏହି ଶ୍ରେଷ୍ଠ ମୁହୂର୍ତକୁ ଉପଭୋଗ କରିବାକୁ ଯାଉଛନ୍ତି। ଠିକ ସେମିତି ଜିତେଶ ଶର୍ମା ମଧ୍ୟ ସମାନ ଭାବେ ସ୍ମରଣୀୟ ଗସ୍ତରେ ଅଛନ୍ତି। ବିସିସିଆଇ ପକ୍ଷରୁ ଜାରି କରାଯାଇଥିବା ଏକ ଭିଡିଓରେ ଆଲୋଚନା ବେଳେ ଉଭୟ ନିଜ ନିଜର ଖୁସି ଜାହିର କରିଛନ୍ତି। ଭାରତୀୟ ଦଳର ପ୍ରଥମ ଅଭ୍ୟାସ ସେସନ୍ ପରେ ରିଙ୍କୁ କହିଛନ୍ତି ୧୦୦ ପ୍ରତିଶତ ପ୍ରଦର୍ଶନ ସହିତ ଦଳକୁ ବିଜୟୀ କରିବା ମୋ ଲକ୍ଷ୍ୟ ରହିବ।
ନୋଏଡ଼ାରେ ଅଭ୍ୟାସ ଜାରି ରଖିଥିବା ବେଳେ ଭାରତୀୟ ଦଳର ଚୟନ କର୍ତ୍ତାଙ୍କ ପକ୍ଷରୁ ରିଙ୍କୁଙ୍କ ପାଖକୁ ଫୋନ୍ କଲ୍ ଆସିଥିଲା । ଭାରତ ପାଇଁ ପ୍ରଥମ ଥର ଅନ୍ତର୍ଜାତୀୟ ସ୍ତରରେ ଖେଳିବାକୁ ଡାକରା ପାଇଥିବାରୁ ତାଙ୍କର ଖୁସିର ସୀମା ରହିନଥିଲା । ସେ ତାଙ୍କର ଖୁସି ଜାହିର କରି କହିଛନ୍ତି ଯେ, ମୁଁ ସେତେବେଳେ କିଛି ସାଙ୍ଗମାନଙ୍କ ଗହଣରେ ସମୟ କାଟୁଥିଲି। ଭାରତୀୟ ଦଳରେ ମୋ ନାମ ଦେଖି ମୁଁ ବହୁତ ଖୁସି ହୋଇଯାଇଥିଲି।
ଏ ଖୁସି ଖବର ପାଇବା ମାତ୍ରେ ତୁରନ୍ତ ମୁଁ ମୋ ମା’ଙ୍କୁ କଲ୍ କରିଥିଲି। କାରଣ ସେ ସବୁବେଳେ କହୁଥିଲା ‘ତୁ ଭାରତ ପାଇଁ ଖେଳିବା କଥା। ମୋ ମା’ର ସ୍ବପ୍ନ ସହ ମୋର ସ୍ବପ୍ନ ମଧ୍ୟ ପୂରଣ ହୋଇଛି । ଏଥିପାଇଁ ମୁଁ ଆଉ ମୋ ପରିବାର ବହୁତ ଖୁସି ଅଛୁ ।’’
‘ଭାରତ ପାଇଁ ଖେଳିବାର ସ୍ବପ୍ନ ପ୍ରତ୍ୟକଟି ଖେଳାଳିର ଥାଏ | ମୁଁ ଯେତେବେଳେ ମୋ ଭାରତୀୟ ଦଳ ଜର୍ସି ଦେଖିଲି ଭାବବିହ୍ବଳ ହୋଇ କାନ୍ଦି ପକାଇଥିଲି’ ବୋଲି ରିଙ୍କୁ କହିଛନ୍ତି ।
ସେମିତି ଆଉ ଜଣେ ଖେଳାଳି ଜିତେଶ ଶର୍ମା ମଧ୍ୟ ପ୍ରଥମ ଥର ପାଇଁ ନୂଆ କରି ଭାରତୀୟ ଦଳରେ ପାଦ ଥାପିଛନ୍ତି । ନବାଗତ ଉଦୀୟମାନ ତାରକା ଜିତେଶ ଶର୍ମା କହିଥିଲେ ଯେ ‘ଭାରତୀୟ ଦଳ ସହ ଭ୍ରମଣ କରିବା, ଦଳୀୟ କିଟ୍ ପରିଧାନ କରି ବିଦେଶ ଯିବା ମୋତେ ଆତ୍ମପ୍ରକାଶ ପାଇଁ ସୁଯୋଗ ଦେଇଛି ଏବଂ ଏଥିପାଇଁ ମୁଁ ବହୁତ ଖୁସି ଅଛି ।’
From emotions of an India call-up to the first flight ✈️ & Training session with #TeamIndia ?
???? ?????? ???? ?????? ft. @rinkusingh235 & @jiteshsharma_ ?? – By @RajalArora
Full Interview ?? #IREvINDhttps://t.co/m4VsRCAwLk pic.twitter.com/ukLnAOFBWO
— BCCI (@BCCI) August 17, 2023
Comments are closed.