ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ଘରୋଇ ଟେଷ୍ଟ ସିରିଜ ପାଇଁ ବୁଧବାର ଭାରତୀୟ କ୍ରିକେଟ ଦଳର ଘୋଷଣା କରାଯାଇଛି । ଶୁଭମନ ଗିଲଙ୍କ ନେତୃତ୍ୱରେ ଘୋଷିତ ଦଳରେ ଷ୍ଟାର ୱିକେଟକିପର ରିଷଭ ପନ୍ତ ଫେରିଛନ୍ତି । ଆଘାତ ସମସ୍ୟା ଯୋଗୁ ସେ ଟିମଠାରୁ ଦୂରେଇ ରହିଥିଲେ । ତାଙ୍କୁ ପୂନର୍ବାର ଉପ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି । ପ୍ରସିଦ୍ଧ କ୍ରିଷ୍ଣାଙ୍କ ସ୍ଥାନରେ ଆକାଶଦୀପଙ୍କୁ ସୁଯୋଗ ମିଳିଛି । ୨୦୦୦ରେ ଦକ୍ଷିଣ ଆଫ୍ରିକା ୨ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତକୁ ୨-୦ରେ ହରାଇଥିଲା ।
୨୦୦୮ ଓ ୨୦୧୦ରେ ସିରିଜ ଡ୍ର କରିବାରେ ମଧ୍ୟ ଦଳ ସଫଳ ହୋଇଥିଲା । ୨୦୧୯ରେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ୩-୦ରେ ବିଜୟୀ ହୋଇଥିଲା । ୧୪ ନଭେମ୍ବରରୁ ପ୍ରଥମ ଟେଷ୍ଟ କୋଲକାତାରେ ଏବଂ ୨୨ରୁ ଗୌହାଟୀରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ । ଏହି ଅବସରରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ମଧ୍ୟ ଭାରତୀୟ ଦଳର ଘୋଷଣା କରାଯାଇଛି ।
ଭାରତୀୟ ଦଳ: ଶୁଭମନ ଗିଲ (ଅଧିନାୟକ), ରିଷଭ ପନ୍ତ(ଉପ ଅଧିନାୟକ), ଯଶସ୍ୱୀ ଜୈସୱାଲ, କେଏଲ ରାହୁଲ, ସାଈ ସୁଦର୍ଶନ, ଦେବଦତ ପାଡିକଲ, ଧ୍ରୁବ ଜୁରେଲ, ରବୀନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର, ଯଶପ୍ରୀତ ବୁମରାହ, ଅକ୍ଷର ପଟେଲ, ନୀତିଶ କୁମାର ରେଡୀ, ମହମ୍ମଦ ସିରାଜ, କୂଲଦୀପ ଯାଦବ ଓ ଆକାଶଦୀପ ।
ଭାରତ ଏ :ତିଳକ ବର୍ମା(ଅଧିନାୟକ), ରିତୁରାଜ ଗାଏକ୍ୱାଡ (ଉପ ଅଧିନାୟକ), ଅଭିଷେକ ଶର୍ମା, ରିୟାନ ପରାଗ, ଈଶାନ କିଶାନ, ଆୟୂଷ ବଡାନୀ, ନିଶାନ୍ତ ସିନ୍ଧୁ, ବିପ୍ରଜ ନିଗମ, ମାନବ ସୁଥାର, ହର୍ଷିତ ରାଣା, ଅର୍ଶଦୀପ ସିଂ, ପ୍ରସିଦ୍ଧ କ୍ରିଷ୍ଣା, ଖଲୀଲ ଅହମ୍ମଦ ଓ ପ୍ରଭସିମ୍ରନ ସିଂ
Comments are closed.