Latest Odisha News

BREAKING NEWS

ପୁଣି ଫେଲ୍ ମାରିଲେ ରିସଭ ପନ୍ତ !

ଭୁବନେଶ୍ୱର: ତାଜା ସ୍ଥିତିରେ ୱିକେଟ୍ କିପର୍ ରିସଭ ପନ୍ତଙ୍କ ଭାଗ୍ୟ ପିଙ୍କ୍ ବଲ୍ ଟେଷ୍ଟ ସିରିଜ ଉପରେ ନିର୍ଭର କରୁଛି । ତେବେ ଅଷ୍ଟ୍ରେଲିଆ ଏ ବିପକ୍ଷରେ ସେ ସ୍କୋର କରିବାରେ ବିଫଳ ହୋଇଛନ୍ତି । ପୂର୍ବରୁ ରିସଭ ଭାରତର ଦିନିକିଆ ଓ ଟି-୨୦ ଦଳରୁ ବାଦ୍ ପଡିଥିଲେ । ଏବେ ଅଭ୍ୟାସ୍ ମ୍ୟାଚରେ ୧୧ଟି ବଲରେ ମାତ୍ର ୫ ରନ୍ ତାଙ୍କ କ୍ରିକେଟିଂ କ୍ୟାରିୟରରେ ଗ୍ରହଣ ଲଗାଇଛି ।

ନିଜକୁ ପ୍ରମାଣିତ କରିବା ପାଇଁ ପନ୍ତଙ୍କୁ ବିସିସିଆଇ ଆଉ ଏକ ସୁଯୋଗ ଦେଇଥିଲା । ହେଲେ ଭାରତୀୟ ଏ ଦଳ ଯେଉଁଠି ୧୦୨ ରନରେ ୪ଟି ୱିକେଟ୍ ହରାଇଥିଲା, ସେଠି ପନ୍ତ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିବାରେ ବିଫଳ ହୋଇଥିଲେ । କ୍ରିଜକୁ ଆସିବା ପରେ ପନ୍ତଙ୍କୁ ଅଷ୍ଟ୍ରେଲିୟ ଦଳର ବୋଲରମାନେ ସର୍ଟ ବଲରେ ସ୍ୱାଗତ କରିଥିଲେ । ହେଲେ ମିଡିୟମ ପେସ୍ ବୋଲର୍ ଜ୍ୟାକ ଓିଲ୍ଡରମର୍ତଙ୍କ ଫୁଲ୍ ଲେନ୍ଥ ବଲକୁ ସେ ଖେଳିନପାରି ପ୍ୟାଭିଲିଅନ ଫେରିଥିଲେ ।

ଅନ୍ୟପଟେ ପନ୍ତଙ୍କ ବିଫଳତା ଆଉ ଜଣଙ୍କ ପାଇଁ ଶୁଭପ୍ରଦ ହୋଇପାରେ । ଚଳିତମାସ ୧୭ତାରିଖରେ ହେବାକୁ ଥିବା ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚରେ ରିଦ୍ଧିମାନ ଶାହାଙ୍କୁ ସୁଯୋଗ ମିଳିବ ବୋଲି ବିଶେଷଜ୍ଞ ମତ୍ତ ଦେଇଛନ୍ତି । ଦିନିକିଆ ହେଉ କି ଟି-୨୦, ପନ୍ତଙ୍କୁ ବିସିସିଆଇ ଲଗାତାର ଭାବେ ସୁଯୋଗ ଦେଇଆସିଥିଲା । ଏପରି ସ୍ଥିତିରେ ଯଦି ପନ୍ତ ନିଜକୁ ଅଷ୍ଟ୍ରେଲିଆ ଗସ୍ତରେ ପ୍ରମାଣିତ ନକରନ୍ତି, ତେବେ ଆଗାମୀ ଦିନରେ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିବା ଯେ କଷ୍ଟକର ହୋଇପଡିବ ଏଥିରେ କୌଣସି ସନ୍ଦେହ ନାହିଁ ।

Comments are closed.