ଦୁୂବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ହାଇ ଭୋଲଟେଜ ମୁକାବିଲା ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ । ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ ଭାରତର ଷ୍ଟାର ୱିକେଟକିପର ରିଷଭ ପନ୍ତ ଅସୁସ୍ଥ ହୋଇ ପଡିଛନ୍ତି । ଏବେ ଦଳ ନିକଟରେ କେଏଲ ରାହୁଲ ଏକମାତ୍ର ବିକଳ୍ପ ରହିଛନ୍ତି । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କେତେ ଗୁରୁତର ତାହା ଜଣାପଡି ନାହିଁ । ଟିମ ଇଣ୍ଡିଆର ଉପ ଅଧିନାୟକ ଶୁଭମନ ଗିଲ ଏହି ସୂଚନା ଦେଇଛନ୍ତି । ପନ୍ତ ଆଜି ଅଭ୍ୟାସ ସେଶନରେ ଏଥିପାଇଁ ଯୋଗଦେଇ ପାରି ନ ଥିଲେ । ବାଂଲାଦେଶ ବିପକ୍ଷ ମୁକାବିଲାରେ ପନ୍ତ ଅବଶ୍ୟ ଭାରତର ଚୂଡାନ୍ତ ଏକାଦଶରେ ସ୍ଥାନ ପାଇ ନ ଥିଲେ । ତାଙ୍କ ସ୍ଥାନରେ ରାହୁଲ ଖେଳିଥିଲେ ।
ପାକିସ୍ତାନ ତାର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ନିକଟରୁ ହାରିଥିବାରୁ ଏହି ହାଇ ଭୋଲଟେଜ ମୁକାବିଲାରେ ଦଳ ଚାପରେ ରହିବ ବୋଲି ଅନୁମାନ କରାଯାଉଛି । ଭାରତ ନିକଟରୁ ପରାଜିତ ହେଲେ ଆୟୋଜକ ପାକିସ୍ତାନ ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେବା ସମ୍ଭାବନା ପ୍ରାୟତଃ ଶେଷ ହୋଇଯିବ । ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ନିକଟରୁ ଏହି ମ୍ୟାଚରେ ଭଲ ଇନିଂସ ଆଶା କରାଯାଉଛି ।
Comments are closed.