Latest Odisha News

ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ଖେଳିବେନି ପନ୍ତ

ନୂଆଦିଲ୍ଲୀ: ଭାରତର ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ୱେଷ୍ଟଇଣ୍ଡିଜ ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବେ ନାହିଁ । ଆଘାତ ସମସ୍ୟାରୁ ସମ୍ପୂର୍ଣ୍ଣ ଭାବେ ମୁକୁଳି ପାରି ନ ଥିବାରୁ ସେ ଏହି ସିରିଜରୁ ଓହରି ଯାଇଛନ୍ତି । ଅକ୍ଟୋବର ୨ରୁ ଅହମ୍ମଦାବାଦରେ ପ୍ରଥମ ଟେଷ୍ଟ ଆରମ୍ଭ ହେବ । ଇତି ମଧ୍ୟରେ ସେପ୍ଟମ୍ବର ୨୪ରେ ଚୟନ କମିିଟି ମୂଖ୍ୟ ଅଜିତ ଅଗକରଙ୍କ ଅଧ୍ୟକ୍ଷତାରେ ଦଳ ଚୟନ ନେଇ ବୈଠକ ବସିବ । ଆଣ୍ଡରସନ-ତେନ୍ଦୁଲକର ଟ୍ରଫିର ୪ର୍ଥ ଟେଷ୍ଟରେ ପନ୍ତ ଆଘାତପ୍ରାପ୍ତ ହୋଇଥିଲେ । ଏବେ ସେ ବିସିସିଆଇର ସେଂଟର ଅଫ ଏକ୍ସିଲେନ୍ସରେ ପ୍ରତ୍ୟାବର୍ତନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି ।

ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଦିନିକିଆ ସିରିଜ ଖେଳିବ । ପନ୍ତଙ୍କ ସ୍ଥାନରେ ଧ୍ରୁବ ଜୁରେଲଙ୍କୁ ସୁଯୋଗ ମିଳିବ ବୋଲି ଅନୁମାନ କରାଯାଉଛି । ସେହିପରି ନୀତିଶ କୁମାର ରେଡ୍ଡୀ ଓ ଦେବଦତ ପାଡିକଲଙ୍କୁ ମଧ୍ୟ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଦଳରେ ସ୍ଥାନ ପାଇ ପାରନ୍ତି । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ଭାରତ ଏବେ ତୃତୀୟ ସ୍ଥାନରେ ରହିଛି ।

Comments are closed.