Latest Odisha News

BREAKING NEWS

ଅନ୍ତ ହେବ କି ପନ୍ତଙ୍କ ଟି୨୦ କ୍ୟାରିୟର ?

ନୂଆଦିଲ୍ଲୀ: ଅନ୍ତ ହୋଇଯିବ କି ରିଷଭ ପନ୍ତଙ୍କ ଟି୨୦ ଆନ୍ତର୍ଜାତୀୟ କ୍ୟାରିୟର । ବାରମ୍ବାର ଖରାପ ପ୍ରଦର୍ଶନ ଚୟନ କମିଟିର ଚିନ୍ତା ବଢ଼ାଉଛି । ଦଳର ଟ୍ରମ୍ପ କାର୍ଡ ଏବେ ଅଲୋଡା ହୋଇ ପଡିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜରେ ମଧ୍ୟ ପନ୍ତଙ୍କ ବ୍ୟାଟ ଚୁପ ରହିଥିଲା । ଆଇପିଏଲର ରାଜା ଆନ୍ତର୍ଜାତୀୟ କ୍ରିକେଟରେ ରଙ୍କ ସାଜିଛନ୍ତି । ଆଇପିଏଲରେ ସେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ୯୮ ମ୍ୟାଚରେ ୩୪.୬୧ ଆଭରେଜରେ ୨୮୩୮ ରନ କରିଛନ୍ତି । ଇତି ମଧ୍ୟରେ ସେ ତାଙ୍କ କ୍ୟାରିୟରରେ ୮ଟି ଦେଶ ବିପକ୍ଷରେ ମ୍ୟାଚ ଖେଳି ସାରିଛନ୍ତି । ୱେଷ୍ଟଇଣ୍ଡିଜ ବ୍ୟତୀତ ଅନ୍ୟ ସମସ୍ତ ଦେଶ ବିପକ୍ଷୟରେ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ସେ ଅଷ୍ଟ୍ରେଲିଆ ମାଟିରେ ୭.୨୫, ଇଂଲଣ୍ଡରେ ୧୩.୫୦, ଶ୍ରୀଲଙ୍କାରେ ୧୫ ଏବଂ ଭାରତରେ ୨୦ ଆଭରେଜରେ ରନ ସଂଗ୍ରହ କରିଛନ୍ତି ।

ଏହା ବ୍ୟତୀତ ଆମେରିକାରେ ୧୬, ନ୍ୟୁଜିଲାଣ୍ଡ ୨୨ ଓ ୟୁଏଇରେ ୩୨ ଆଭରେଜରେ ରନ କରିଛନ୍ତି । ପନ୍ତଙ୍କ ଟେଷ୍ଟ ଏବଂ ଦିନିକିଆ ପ୍ରଦର୍ଶନ ସନ୍ତୋଷଜନକ ରହିଛି । ତେବେ କ୍ରିକେଟର ସମସ୍ତ ଶଟ ଖେଳି ପାରୁଥିବା ଏହି ବ୍ୟାଟ୍ସମ୍ୟାନ ଟି୨୦ରେ ଫେଲ ମାରୁଛନ୍ତି । ୬୬ ମ୍ୟାଚରେ ସେ ମାତ୍ର ୩ ଥର ୫୦ରୁ ଊର୍ଦ୍ଧ୍ୱ ରନ କରିଛନ୍ତି । ଏଥିରୁ ୩୮ ମ୍ୟାଚରେ ସେ ଟପ ୪ରେ ଖେଳିଛନ୍ତି । ନାଁ ଓପନର ନାଁ ଫିନିଶର କେଉଁଥିରେ ସେ ଫିଟ ହେଉ ନାହାନ୍ତି । ସଞ୍ଜୁ ସାମସନଙ୍କ ପରି ଖେଳାଳି ପନ୍ତଙ୍କ ଯୋଗୁ ଟିମରେ ସ୍ଥାନ ପାଇ ପାରୁ ନାହାନ୍ତି । ସାମସନଙ୍କ ପ୍ରଦର୍ଶନ ପନ୍ତଙ୍କ ଟି୨୦ କ୍ୟାରିୟରର ଅନ୍ତ ଘଟାଇବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.