Latest Odisha News

BREAKING NEWS

ସିଟ ବେଲ୍ଟ ପିନ୍ଧି ନ ଥିବାରୁ ଜରିମାନା ଦେଲେ ବ୍ରିଟେନର ପ୍ରଧାନମନ୍ତ୍ରୀ

ଲଣ୍ଡନ: ବ୍ରିଟେନରେ ଟ୍ରାଫିକ ନିୟମ କଡାକଡି ଭାବେ ପାଳନ କରାଯାଏ । ଏପରିକି ଏଥିରୁ ବାଦ ପଡନ୍ତି ନାହିଁ ପ୍ରଧାନମନ୍ତ୍ରୀ । ରିପୋର୍ଟ ମୁତାବକ ରିଷି ସୁନକ କାରରେ ବସିଥିବା ବେଳେ ସୋସିଆଲ ମିଡିଆ ୟୁଜର୍ସଙ୍କ ପାଇଁ ଏକ ଭିଡିଓ ପ୍ରସ୍ତୁତ କରିଥିଲେ । ଏହି ଭିଡିଓ ସମ୍ମୁଖକୁ ଆସିବା ପରେ ବ୍ରିଟେନ ପୋଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଲାଙ୍କଶାୟାର ପୋଲିସ ଅନୁସାରେ ସୁନକ ତାଙ୍କ ଭୁଲ ମାନିବା ସହ ଜରିମାନା ଦେବା ପାଇଁ ରାଜି ହୋଇଛନ୍ତି । ସୁନକ କାର ଡ୍ରାଇଭ କରୁ ନ ଥିଲେ କି ଆଗ ସିଟରେ ବସି ନ ଥିଲେ । ତେବେ ସେ ପଛ ସିଟରେ ବସିଥିଲେ ସୁଦ୍ଧା ସିଟ ବେଲଟ ପିନ୍ଧି ନ ଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ପୂର୍ବରୁ ୨୦୨୦ରେ କରୋନା ନିୟମ ଉଲ୍ଲଂଘନ ନେଇ ସେ ଦଣ୍ଡିତ ହୋଇଥିଲେ । ସୁନକ ଦଣ୍ଡିତ ହେବା ନେଇ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ବ୍ରିଟେନରେ ଆଇନଠାରୁ ଶକ୍ତିଶାଳୀ କେହି ନାହିଁ । ଏହା ସମୃଦ୍ଧ ଏବଂ ଗରୀବ ଦେଶ ମଧ୍ୟରେ ପାର୍ଥକ୍ୟ ଆଣିଥାଏ ।

Leave A Reply

Your email address will not be published.