ବ୍ରିଟିସ୍ ପାଠ୍ୟଖସଡ଼ାରେ ପରିବର୍ତ୍ତନ ଆଣିବେ ଋଷି ସୁନକ; ୧୮ ବର୍ଷ ପର୍ଯ୍ୟନ୍ତ ଛାତ୍ରାଛାତ୍ରୀଙ୍କୁ ଗଣିତ ପଢ଼ିବା ବାଧ୍ୟତାମୁଳକ
ଲଣ୍ଡନ: ଗଣିତ ଏକ ଜଟିଳ ପାଠ ବୋଲି ଅନେକ ଛାତ୍ରଛାତ୍ରୀଙ୍କର ମନରେ ଧାରଣା ରହିଛି। ଏଥିପାଇଁ ଅନେକ ଗଣିତ କଷିବାକୁ ପଛଘୁଞ୍ଚା ଦିଅନ୍ତି। ଫଳରେ ଛାତ୍ରଛାତ୍ରୀଙ୍କର ସଂଖ୍ୟାତ୍ମକ ଜ୍ଞାନ କମିଯାଏ। ହେଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷ ସୁନକ କିନ୍ତୁ ଛାଚ୍ରଛାତ୍ରୀଙ୍କ ମଧ୍ୟରେ ଏହି ଜ୍ଞାନକୁ ବଢ଼ାଇବାକୁ ଚାହୁଁଛନ୍ତି।
ତେଣୁ ଦେଶର ସବୁ ପିଲା ଗଣିତ ପଢ଼ନ୍ତୁ ବୋଲି ସେ ଚାହୁଁଛନ୍ତି। ସାରା ବିଶ୍ୱରେ ବ୍ରିଟିସ ଶିକ୍ଷା ବ୍ୟବସ୍ଥାକୁ ଉନ୍ନତ କରି ଗଢ଼ି ତୋଳିବା ଓ ଛାତ୍ରଛାତ୍ରୀଙ୍କର ସଂଖ୍ୟାତ୍ମକ ଜ୍ଞାନକୁ ବଢାଇବା ପାଇଁ ପାଠ୍ୟ ଖସଡ଼ାରେ ନୂଆ ନିୟମ ଆଣିବାକୁ ଯାଉଛନ୍ତି ଋଷି ସରକାର। ଏଣିକି ୧୮ ବର୍ଷ ପର୍ଯ୍ୟନ୍ତ ସବୁ ପିଲା ଗଣିତ ପାଠ ପଢ଼ିବେ। ନୂଆ ବର୍ଷର ପ୍ରଥମ ସମ୍ବୋଧନରେ ଋଷ ଏହି ଘୋଷଣା କରିପାରନ୍ତି ବୋଲି ବ୍ରିଟିସ୍ ଅନ୍ଲାଇନ୍ ଖବରକାଗଜ ଦି ଇଣ୍ଡିପେଣ୍ଡେଣ୍ଟରେ ଖବର ପ୍ରକାଶ ପାଇଛି।
କାରଣ ଭବିଷ୍ୟତରେ ଯୁଗ ଆଗେଇବା ସହିତ ଅଧିକ କୁଶଳୀ କର୍ମଚାରଙ୍କର ଆବଶ୍ୟକତା ପଡ଼ିବ। ଆଉ ଗଣିତ ପିଲାଙ୍କୁ ମାନସିକ ସ୍ତରରେ ମଜଭୁତ କରିଥାଏ। ତା ଛଡ଼ା ଅନେକ ଦେଶରେ ପିଲା ୧୬-୧୯ ଯାଏ ଗଣିତ ପଢ଼ୁଛନ୍ତି। ତେଣୁ ଏହି ପାଠ ସମସ୍ତେ ପଢ଼ିବା ଉଚିତ୍ ବୋଲି ସୁନକ ଭାଷଣରେ କହିପାରନ୍ତି। ସୁନକଙ୍କର ପ୍ରମୁଖ ଉଦ୍ଦେଶ୍ୟ ହେଲା ଦେଶର ଛାତ୍ରଛାତ୍ରୀଙ୍କୁ ଉତ୍ତମ ସଂଖ୍ୟାତ୍ମକ ଜ୍ଞାନ ଦେବା। ଯାହା ଭବିଷ୍ୟତରେ ଦେଶ ପାଇଁ ଖୁବ୍ ଆବଶ୍ୟକ।
ସୁନକଙ୍କ ଯୋଜନା ଅନୁସାରେ ଅନ୍ୟ ବିଷୟ ସହିତ ସବୁ କ୍ଲାସ୍ର ପିଲା କିଛି କିଛି ଗଣିତ ପଢ଼ିବେ। ଅର୍ଥାତ୍ ୧୮ ବର୍ଷ ପର୍ଯ୍ୟନ୍ତ କେବଳ ଏ ଲେବଲ ଶିକ୍ଷା(ଆଡ୍ଭାନ୍ସଡ ଲେବଲ କ୍ୱାଲିଫିକେସନ) ନୁହେଁ ସବୁ ଶ୍ରେଣୀଲେର ପିଲାଙ୍କୁ ବିଭିନ୍ନ ମାଧ୍ୟମରେ ଗଣିତ ପଢାଯିବ। ଏ ଲେବଲ ହେଉଛି ୟୁକେର ସବ୍ଜେକ୍ଟକ ବେସ୍ଡ କୋର୍ସ। ଯାହା ୧୬ ବର୍ଷରୁ ଅଧିକ ବୟସର ପିଲାଙ୍କୁ ଦିଆଯାଇଥାଏ।
Comments are closed.