Latest Odisha News

BREAKING NEWS

ଓଡ଼ିଆ ଝିଅ ଋତୁପର୍ଣ୍ଣା ଜିତିଲେ ସର୍ବଭାରତୀୟ ସିନିୟର ବ୍ୟାଡ଼ମିଣ୍ଟନ ଡ଼ବଲ୍ସ ଟାଇଟଲ୍

ବେଙ୍ଗାଲୁରୁ : ସର୍ବଭାରତୀୟ ଜୋନେକ୍ସ ସିନିୟର ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣମେଣ୍ଟର ଡ଼ବଲ୍ସ ବିଭାଗରେ ଓଡ଼ିଶାର ମହିଳା ଖେଳାଳି ଋତୁପର୍ଣ୍ଣା ଦାସ ଟାଇଟଲ ହାସଲ କରିଛନ୍ତି । ମହିଳା ଡ଼ବଲ୍ସ ବିଭାଗ ଫାଇନାଲରେ ଋତୁପର୍ଣ୍ଣା କେରଳର ଆରତୀ ସାରା ସୁନୀଲଙ୍କୁ ସାଥିକରି ଖେଳୁଥିଲେ । ଉଭୟ ଫାଇନାଲରେ ଚମକ୍ରାର ଖେଳ ପ୍ରଦର୍ଶନ କରି ୨୧-୧୦, ୨୧-୧୨ରେ ସିମରନ ସିଂଘି ଓ ରିତିକା ଠକ୍କର ଯୋଡ଼ୀଙ୍କୁ ପରାସ୍ତ କରିଥିଲେ ।

ସେହିପରି ଋତୁପର୍ଣ୍ଣା ସିଙ୍ଗଲ୍ସ ବିଭାଗରେ ରନର୍ସ ଅପ ହୋଇଛନ୍ତି । ସିଙ୍ଗଲ୍ସ ଫାଇନାଲରେ ଉତ୍ତେଜିତା ରାଓ ଋତୁପର୍ଣ୍ଣାଙ୍କୁ ପରାସ୍ତ କରି ଟାଇଟଲ୍ ହାସଲ କରିପାରିଛନ୍ତି । ପୁରୁଷ ସିଙ୍ଗଲ୍ସରେ ସୌରଭ ବର୍ମା ଚାମ୍ପିୟନ ହୋଇଥିବା ବେଳେ ପୁରୁଷ ବିଭାଗ ଡ଼ବଲ୍ସରେ ଅର୍ଜୁନ ଏମଆର ଓ ଶ୍ଳୋକ ରାମଚନ୍ଦ୍ରନଙ୍କ ଯୋଡ଼ି ଟାଇଟଲ ହାସଲ କରିଛନ୍ତି ।

ସୂଚନାଯୋଗ୍ୟ ଫାଇନାଲରେ ପ୍ରବେଶ କରିବା ପୂର୍ବରୁ ଓଡ଼ିଆ ଲଳନା ଋତୁପର୍ଣ୍ଣା ବହୁ ସିଡେଡ୍ ଖେଳାଳିଙ୍କୁ ପରାସ୍ତ କରି ଜାତୀୟ ବ୍ୟାଡ଼ମିଣ୍ଟନରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛନ୍ତି ।

Leave A Reply

Your email address will not be published.