Latest Odisha News

ଅଭିନେତ୍ରୀ ରିତୁପର୍ଣ୍ଣା ସେନଗୁପ୍ତା କରୋନା ପଜିଟିଭ

ନୂଆଦିଲ୍ଲୀ: ଅଭିନେତ୍ରୀ ରିତୁପର୍ଣ୍ଣା ସେନଗୁପ୍ତା କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ସେ ଇନଷ୍ଟାଗ୍ରାମରେ ମଧ୍ୟ ଏହା ପ୍ରକାଶ କରିଛନ୍ତି। ଏହି ଅଭିନେତ୍ରୀ ବର୍ତ୍ତମାନ ସିଙ୍ଗାପୁରର ଏକ ପୁନରୁଦ୍ଧାର କେନ୍ଦ୍ରରେ ସଙ୍ଗରୋଧରେ ଅଛନ୍ତି। ।

୫୦ ବର୍ଷ ବୟସ୍କା ରିତୁପର୍ଣ୍ଣା ଲେଖିଛନ୍ତି, “ମୁଁ କରୋନା ପରୀକ୍ଷା କରାଇଥିଲି ଏବଂ ମୋର କରୋନା ରିପୋର୍ଟ ପଜିଟିଭ ଆସିଛି। ଏହାସହିତ ସେ ସୁସ୍ଥ ଥିବା ମଧ୍ୟ କହିଛନ୍ତି। ସେ ବର୍ତ୍ତମାନ ସିଙ୍ଗାପୁରରେ ଅଛନ୍ତି। ଏହାସହିତ ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ମୁଁ ତୁମ ସମସ୍ତଙ୍କୁ ସୁସ୍ଥ ଏବଂ ନିରାପଦରେ ରହିବାକୁ ଅନୁରୋଧ କରୁଛି। ମୋ ପରିବାର ଏବଂ କର୍ମଚାରୀମାନେ ସମସ୍ତେ ନିରାପଦରେ ଅଛନ୍ତି। ” ସେ ଏପ୍ରିଲରେ ଭାରତ ଫେରିବାକୁ ଯୋଜନା ରଖିଥିବା ମଧ୍ୟ କହିଛନ୍ତି।

Comments are closed.