Latest Odisha News

ଦାସିଆ ସାଂସ୍କୃତିକ ପରିଷଦ ପକ୍ଷରୁ ଅନଲାଇନ କବିତା ଆସର

ଉମରକୋଟ : ବିଶିଷ୍ଟ ସାଂସ୍କୃତିକ ଅନୁଷ୍ଠାନ , ଦାସିଆ ସାଂସ୍କୃତିକ ପରିଷଦ ପକ୍ଷରୁ ପଞ୍ଚମ ଅନଲାଇନ କବିତା ଆସର ଅନୁଷ୍ଠିତ ହୋଇ ଯାଇଛି।

ଏହି ଅବସରରେ ବିଶିଷ୍ଟ କବି ତଥା ଗାଳ୍ପିକ ପରୀକ୍ଷିତ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। କବି ଏମ . ହିମାଂଶୁ ଆଚାରୀଙ୍କ ସ୍ୱାଗତ ଭାଷଣ ସହ ଆରମ୍ଭ ହୋଇଥିବା ଏହି କବିତା ଆସରରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ନିମନ୍ତ୍ରିତ କବି ଯଥା ସବ୍ୟସାଚୀ ବିଷୋୟୀ, ଦୀପକ କୁମାର ସ୍ୱାଇଁ, ସଂହିତା ମହାନ୍ତି, ଜାହ୍ନବୀ ପଣ୍ଡା, ରାଧାମୋହନ ପାଣିଗ୍ରାହୀ, ବିରଞ୍ଚି ନାରାୟଣ ଦାଶ , ସୁପ୍ରିୟା ପଣ୍ଡା , ଶାନ୍ତିଲତା ମହାନ୍ତି , କାହ୍ନୁ ଚରଣ ମିଶ୍ର ଓ ସଂଗ୍ରାମ କିଶୋର ପରିଡ଼ା ପ୍ରମୁଖ ସେମାନଙ୍କ ସ୍ୱରଚିତ କବିତା ପାଠ କରିଥିଲେ।

ରାଧାରାଣୀ ସରକାରଙ୍କ ସଂଯୋଜନାରେ ଆୟୋଜିତ ଏହି କବିତା ଆସରରେ ପରିଷଦର ସଭାପତି ଟୁଟୁ ବାବୁ ପଟ୍ଟନାୟକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ପ୍ରଦାନ କରିଥିବା ବେଳେ ସୁରେଶ କୁମାର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.