ଭୁବନେଶ୍ୱର: ରାଜ୍ୟରେ ଉପର ମୁହାଁ ରହିଛି କରୋନା । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି । ତେବେ ପୂର୍ବରୁ ସବୁଠୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ଗଂଜାମ ଜିଲ୍ଲାରେ ସ୍ଥିତି ସୁଧୁରିଛି । ଏଠାରେ ସ୍ଥିତି ବଦଳିଛି । ଏଠି ହାରୁଛି କରୋନା । ୩ ସପ୍ତାହ ତଳେ ସ୍ଥିତି ଯାହା ଥିଲା ଏବେ ନାହିଁ। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆର୍ଏମ୍ଆର୍ସି ନିର୍ଦ୍ଦେଶିକା ସଂଘମିତ୍ରା ପତି ।
ବିଭିନ୍ନ ଜିଲ୍ଲାରେ ସେରୋ ସର୍ଭେ ଆରମ୍ଭ ହୋଇଛି । ସେରୋଲଜିକାଲ ସର୍ଭେ ପାଇଁ ବ୍ରହ୍ମପୁରର ୨୮୩୦ ଲୋକଙ୍କଠାରୁ ସାମ୍ପୁଲ ନିଆଯାଇଥିଲା । ୩୧ ପ୍ରତିଶତ ଲୋକଙ୍କଠାରେ ଆଂଟିବଡି ବିକଶିତ ହୋଇଛି । ସହାରଂଚଳର ବସ୍ତିରେ ୪୦ ପ୍ରତିଶତ ଲୋକଙ୍କଠାରେ ଆଂଟିବଡି ମିିଳିଛି । ଦେଢ଼ଲକ୍ଷ ଲୋକଙ୍କଠାରେ ଆଂଟିବଡି ବିକଶିତ ହେଲାଣି ବୋଲି ଆର୍ଏମ୍ଆର୍ସି ନିର୍ଦ୍ଦେଶିକା କହିଛନ୍ତି ।
ବ୍ରହ୍ମପୁରରେ ସେରୋଲଜିକାଲ ସର୍ଭେ ଶେଷ ହୋଇଛି । ତେବେ ଦ୍ୱିତୀୟ ଥର ପାଇଁ ସେରୋ ସର୍ଭେ କରିବାକୁ ପଡିପାରେ । ଏବେ ବଡମ୍ବା ନରସିଂହପୁରରେ ସେରୋ ସର୍ଭେ ଚାଲିଛି । ଏହାପରେ କଟକ, ଗଜପତି ଓ ରାଉରକେଲାରେ ସେରୋ ସର୍ଭେ କରାଯିବ ।
Comments are closed.