Latest Odisha News

BREAKING NEWS

ନକଲି ପୋଲିସ ମାଡାମ୍ କାଟୁଥିଲେ ଅସଲି ଚାଲାଣ !

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କୁ ଭାରି ପଡିଛି କରୋନା କାଳ । କିଏ ପେଟ ପୋଷିବା ପାଇଁ ଚୋର ପାଲଟିଲାଣି, ତ କିଏ ଆତ୍ମହତ୍ୟା ପନ୍ଥାକୁ ଆପଣେଇବାକୁ ବାଧ୍ୟ ହେଉଛନ୍ତି । ହେଲେ ଦିଲ୍ଲୀର ଜଣେ ମହିଳା ନିଜକୁ ଆସିଷ୍ଟାଣ୍ଟ ସବ୍‌-ଇନ୍ସପେକ୍ଟର କହି ଲୋକଙ୍କଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରି ଗିରଫ ହୋଇଛନ୍ତି ।

ମହିଳାଙ୍କ ପରିଚୟ ସାମ୍ନାକୁ ଆସିନଥିଲାବେଳେ କରୋନାକୁ ନେଇ ଧାର୍ଯ୍ୟ କରାଯାଇଥିବା ନିୟମ ଅନୁଯାୟୀ ସେ ଲୋକଙ୍କଠାରୁ ଫାଇନ୍ ଆଦାୟ କରୁଥିଲେ । କେତେବେଳେ ମାସ୍କ ପାଇଁ ତ କେତେବେଳେ ହେଲମେଟ୍ ନ ପିନ୍ଧିବା ନେଇ କାଟୁଥିଲେ ଅସଲି ଚାଲାଣ । ଏଥିପାଇଁ ସେ ବିଧୀବଦ୍ଧ ଭାବେ ଯୋଜନା କରି ଚାଲାଣ ରସିଦ ବି ଛପାଇଥିଲେ ।

ହେଲେ ତାଙ୍କ କାର୍ଯ୍ୟକଳାପରେ ଲୋକଙ୍କର ସନ୍ଦେହ ହେବାରୁ ମାମଲା ଥାନାକୁ ଯାଇଥିଲା । ଶେଷରେ ମହିଳା ଜଣକ ନକଲି ପୋଲିସ ଅଫିସର ବୋଲି ଜଣାପଡିଥିଲା । ମହିଳାଙ୍କ ବିରୋଧରେ ମାମଲା ଦାୟର ହୋଇଥିଲାବେଳେ ଜାରି ରହିଛି ତଦନ୍ତ ପ୍ରକ୍ରିୟା ।

Leave A Reply

Your email address will not be published.