Latest Odisha News

BREAKING NEWS

ଭାରସାମ୍ୟ ହରାଇ ଟ୍ରକକୁ ପଛରୁ ପିଟିଲା ସ୍କର୍ପିଓ; ଜଣେ ମୃତ, ୪ ଗୁରୁତର

ଭଦ୍ରକ: ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ନଳାଙ୍ଗରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଟ୍ରକ୍ ପଛରେ ସ୍କର୍ପିଓ ଟି ପିଟି ହେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ, ୪ ଜଣ ଆହତ ହୋଇଛନ୍ତି । ସେମସ୍ତ ଆହତମାନଙ୍କୁ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଥିମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ କଟକ ସ୍ଥାନାନ୍ତରିତ କରାଯାଇଛି ।

ସୂଚନାକ୍ରମେ, ଏହି ଦୁର୍ଘଟଣାରେ ସ୍କର୍ପିଓ ଡ୍ରାଇଭର ଓ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ସମସ୍ତ ମୃତାହତମାନେ ପଶ୍ଚିମବଙ୍ଗର ହୋଇଥିବାବେଳେ ସେମାନେ ପୁରୀ ଅଭିମୁଖେ ଯାଉଥିଲେ । ଭାରସାମ୍ୟ ହରାଇ ରାସ୍ତା କଡରେ ଠିଆ ହୋଇଥିବା ଏକ ଟ୍ରକକୁ ପିଟିଲା ଉକ୍ତ ସ୍କର୍ପିଓଟି । ଦୁର୍ଘଟଣାସ୍ଥଳରେ ହି ଗାଡି ଭିତରେ ଚିପିହୋଇ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି ।

ପ୍ରଥମେ ସ୍ଥାନୀୟ ଲୋକେ ସମସ୍ତ ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଇଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ମୃତାହଙ୍କ ପରିଚୟ ମିଳିପାରିନାହିଁ । ଦୁର୍ଘଟଣାରେ ଗାଡିଟି ସମ୍ପୂର୍ଣ୍ଣ ଭାଙ୍ଗି ରୁଜି ଚୁରମାର ହୋଇଯାଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.