Latest Odisha News

BREAKING NEWS

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୩ ଶିଶୁ ସମେତ ୭ ମୃତ

ପାଟଣା: ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅକାଳରେ ଚାଲିଗଲା ୩ଶିଶୁଙ୍କ ସମେତ ୭ଜଣଙ୍କ ଜୀବନ । ବିହାରର ଖଗାଡିଆରେ ଘଟିଛି ଏହି ଦୁର୍ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ଡାକ୍ତରଖାନାକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ବିହାରର ଚୌଥମ ପ୍ରଖଣ୍ଡ ଅଞ୍ଚଳରେ ଏକ ବିବାହରେ ଯୋଗଦେଇ ବରଯାତ୍ରୀ ମାନେ ଏକ କାର ଯୋଗେ ଫେରୁଥିଲେ । ଫେରିବା ବେଳେ ଏନଏଚ-୩୧ ରେ ସାମ୍ନାରୁ ଆସୁଥିବା ଏକ ଟ୍ରାକ୍ଟର ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ କାରରେ ବସିଥିବା ୭ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ଜଣ ଶିଶୁ ମଧ୍ୟ ରହିଛନ୍ତି । ସେପଟେ ଦୁର୍ଘଟଣାରେ ୪ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି ।

ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇବା ସହ ଆହତ ମାନଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରିଛି । ମୃତକଙ୍କ ପୁରା ପରିଚୟ ମିଳିନଥିବା ବେଳେ ସେମାନେ ଏକ ବିବାହକୁ ବରଯାତ୍ରୀ ହୋଇ ଯାଇଥିବା ସୂଚନା ଦେଇଛି ପୋଲିସ । ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ ।

Leave A Reply

Your email address will not be published.