ବୌଦ୍ଧ: ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଭୈରବୀ ମନ୍ଦିର ନିକଟରେ ଭୟଙ୍କର ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରକ୍ । ଏଥିରେ ୧୦ରୁ ଉର୍ଦ୍ଧ୍ଵ ଯାତ୍ରୀ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତର ଆହତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ପୁରୁଣାକଟକ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନାନୁଯାୟୀ, ବୌଦ୍ଧ ପଟକୁ ଯାଉଥିବା ଶିବ ଶଙ୍କର ନାମକ ଏକ ଯାତ୍ରୀବାହୀ ବସ୍ , ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବସ୍ ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୦ରୁ ଅଧିକ ଗୁରୁତର ହୋଇଛନ୍ତି । ପ୍ରଥମେ ସ୍ଥାନୀୟ ଲୋକେ ପହଞ୍ଚି ପୋଲିସ ଓ ଦମକଳ ବାହିନୀକୁ ଖବର ଦେଇଥିଲେ । ଖବରପାଇ ପହଞ୍ଚି ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ପୁରୁଣାକଟକ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଏହି ଦୁର୍ଘଟଣାରେ କୌଣସି ଜୀବନ ହାନି ହୋଇନାହିଁ । ସେପଟେ ଦୁର୍ଘଟଣା ଘଟାଇ ଟ୍ରକ୍ଟି ଫେରାର୍ ମାରିଥିବା ବେଳେ ଘଟଣାସ୍ଥଳରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି, ଟ୍ରକକୁ ଧରିବାକୁ ଚେଷ୍ଟା ଚଳାଇଛି ।
Comments are closed.