Latest Odisha News

BREAKING NEWS

ଏମିତିବି ଆସେ ମୃତ୍ୟୁ; ରାସ୍ତାକଡ଼ରେ ଛିଡ଼ା ହୋଇଥିବା ବେଳେ ମାଡ଼ିଗଲା ବସ୍, ଜଣେ ମୃତ

ଜଗତସିଂହପୁର: ରାସ୍ତାରେ ଛିଡ଼ା ହୋଇଥିବା ବେଳେ ମାଡ଼ିଗଲା ବସ୍ ଚାଲିଗଲା ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ସଦର ଥାନା ଯୋଗଧାରୀ ଅଞ୍ଚଳରେ। ଆଜି ସକାଳୁ ବସ ମାଡିଯିବା କାରଣରୁ ଏଠାରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଉଛନ୍ତି କାକଟପୁର ଥାନା ନଗର ଅଞ୍ଚଳର ଦେବେନ୍ଦ୍ର ବରାଳ।

ସୂଚନାନୁସାରେ ଦେବେନ୍ଦ୍ର ଆଜି ସକାଳେ ଯୋଗଧାରୀ ନିକଟରେ ରାସ୍ତା କଡରେ ଛିଡା ହୋଇଥିବା ବେଳେ ଏକ ଯାତ୍ରୀବାହୀ ବସ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଜଗତସିଂହପୁର ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।  କ୍ଷତିପୂରଣ ଦାବିରେ ମୃତକଙ୍କ ସମ୍ପର୍କୀୟ ଓ ସ୍ଥାନୀୟ ଲୋକ ଯୋଗଧାରୀ ଛକ ନିକଟରେ ଜଗତସିଂହପୁର-ମାଛଗାଁ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି।

Leave A Reply

Your email address will not be published.