Latest Odisha News

BREAKING NEWS

JEE Main 2021: ଫେବ୍ରୁଆରୀ ମାସ ପରୀକ୍ଷା ଲାଗି ଜାରି ହେଲା ଆଡମିଟ୍ କାର୍ଡ, ଜାଣନ୍ତୁ ଡାଉନଲୋଡ୍ ପ୍ରକ୍ରିୟା

ନୂଆଦିଲ୍ଲୀ: ନାସନାଲ ଟେଷ୍ଟିଂ ଏଜେନ୍ସି ବା NTA ଚଳିତବର୍ଷ ଆବେଦନକାରୀଙ୍କୁ ୪ ଥର ପରୀକ୍ଷାରେ ସାମିଲ୍ ହେବାକୁ ଅନୁମତି ଦେବ । ଆବେଦନକାରୀ ଫେବ୍ରୁଆରୀ, ମାର୍ଚ୍ଚ, ଏପ୍ରିଲ୍ ଓ ମେ’ ମାସରେ ପରୀକ୍ଷା ଦେଇପାରିବେ । ଯେଉଁ ପରୀକ୍ଷାରେ ସର୍ବାଧିକ ସ୍କୋର କରିବେ ତା’କୁ ବିଚାରକୁ ନିଆଯିବ ।

ଫେବ୍ରୁଆରୀ ମାସ ପରୀକ୍ଷା ଲାଗି ଏନଟିଏ ପକ୍ଷରୁ ଜେଇଇ ମେନ୍ ଆଡମିଟ କାର୍ଡ ଜାରି କରାଯାଇଛି । ପରୀକ୍ଷାରେ ସାମିଲ୍ ହେବାକୁ ଚାହୁଁଥିବା ଛାତ୍ର ଅଫିସିଆଲ୍ ୱେବସାଇଟ୍ nta.ac.in ଅଥବା jeemain.nta.nic.inକୁ ଯାଇ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ପରୀକ୍ଷା ଫେବ୍ରୁଆରୀ ୨୩ରୁ ୨୬ ଯାଏ ଆୟୋଜିତ ହେବ । ପରୀକ୍ଷାରେ ସାମିଲ୍ ହେବା ପାଇଁ ଆଡମିଟ୍ କାର୍ଡର ନକଲ ସାଥିରେ ନେବାକୁ ପଡ଼ିବ ।

କେମିତି କରିବେ ଡାଉନଲୋଡ୍ ?

  • ପ୍ରଥମେ ଅଫିସିଆଲ୍ ୱେବସାଇଟ୍ jeemain.nta.nic.inକୁ ଯାଆନ୍ତୁ
  • ହୋମ୍ ପେଜରେ ଆଡମିଟ୍ କାର୍ଡ ଡାଉନଲୋଡ୍ ଲାଗି ୩ଗୋଟି ଲିଙ୍କ୍ ରହିଛି, କୌଣସି ଗୋଟିଏରେ କ୍ଲିକ୍ କରନ୍ତୁ
  • ଏବେ ଆପଣଙ୍କ ରେଜିଷ୍ଟ୍ରେସନ ନମ୍ବର ଓ ଜନ୍ମ ତାରିଖ ଭରନ୍ତୁ
  • ଏହାପରେ ସ୍କ୍ରିନରେ ଆଡମିଟ୍ କାର୍ଡ ଆସିଯିବ, ଡାଉନଲୋଡ କରନ୍ତୁ

ଚଳିତବର୍ଷ ଏନଟିଏ ଛାତ୍ରଙ୍କୁ ୪ ଥର ସୁଯୋଗ ଦେଉଛି । ସବୁଠୁ ଭଲ ରେଜଲ୍ଟକୁ ବିଚାରକୁ ନିଆଯିବ । ଏହାଛଡ଼ା ଜେଇଇ ମେନର ପେପରର ପ୍ରତି ସେକ୍ସନରେ ୩୦ଟି ପ୍ରଶ୍ନ ପଚରା ଯାଉଥିବା ବେଳେ ଆପଣଙ୍କୁ ୨୫ଟିର ଉତ୍ତର ଦେବାକୁ ପଡ଼ିବ ।

Leave A Reply

Your email address will not be published.