Latest Odisha News

BREAKING NEWS

ଯାଉଥିଲେ ମନ୍ଦିର ଧକ୍କା ଦେଲା ଟ୍ରକ, ଯୁବକ ମୃତ

ଯାଜପୁର: ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ଥାନା ରାଛିପୁର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକ୍ କୁ ମୁହାଁମୁହିଁ ଧକ୍କା ଦେଲା ବାଲି ବୋଝେଇ ଟ୍ରକ । ଫଳରେ ଘଟଣାସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି। ମୃତ ଯୁବକ ଜଣକ ସ୍ଥାନୀୟ ଯଖପୁରା ଗ୍ରାମର ନନ୍ଦ ମଲ୍ଲିକଙ୍କ ପୁଅ କାହ୍ନୁ ମଲ୍ଲିକ ବୋଲି ଜଣାପଡିଛି।

ତେବେ ମିଳିଥିବା ସୂଚନା ମୁତାବକ, କାହ୍ନୁ ତାଙ୍କର ଜଣେ ବନ୍ଧୁଙ୍କ ସହ ଏକ ବାଇକ ଯୋଗେ ନିକଟସ୍ଥ ଏକ ମନ୍ଦିରକୁ ପୂଜା କରିବାକୁ ଯାଉଥିଲେ । ଏହି ସମୟରେ ରାଛିପୁର ଛକ ନିକଟରେ ଆଗରୁ ଆସୁଥିବା ଏକ ବାଲି ବୋଝେଇ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା। ଫଳରେ ବାଇକ୍ ଆରୋହୀ ଦୁହେଁ ରାସ୍ତା ଉପରେ ଛିଟିକି ପଡିଥିଲେ। ଏହି ସମୟରେ ଟ୍ରକଟି କାହ୍ନୁ ର ମୁଣ୍ଡ ଉପରେ ମାଡି ଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହେଇଥିଲା। ତେବେ ଅନ୍ୟ ବାଇକ୍ ଆରୋହୀ ଜଣଙ୍କ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି।

ପ୍ରତିବାଦରେ ସ୍ଥାନୀୟ ଲୋକେ ଯାଜପୁର ରୋଡ଼ ଜୋକଡିଆ ରାସ୍ତା ଅବରୋଧ କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡିକୁ ଜବତ କରିଛି। ଏଥିସହିତ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଛି।

Leave A Reply

Your email address will not be published.