Latest Odisha News

BREAKING NEWS

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

ଢେଙ୍କାନାଳ: ପିଚୁ ଟ୍ୟାଙ୍କର ଧକ୍କାରେ ୨ ବାଇକ ଆରୋହୀ ମୃତ । କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର ମଠକରଗୋଳା ମୁକ୍ତାପଶି ଗାଁ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ପିଚୁ ଟ୍ୟାଙ୍କର ଗାଡି ଧକ୍କାରେ ୨ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ଭୁବନ ଥାନା ପଳାସପିଠିଆ ଗାଁର ସ୍ମୃତିରଞ୍ଜନ ଜେନା ଓ ତୋଫାନ ମହାପାତ୍ର ।

BjdElectrycity

ଶୁକ୍ରବାର ସଂନ୍ଧ୍ୟା ସମୟରେ ଦୁଇ ବାଇକ ଆରୋହୀ ସ୍ମୃତିରଞ୍ଜନ ଓ ତୋଫାନ ଏକ ବାଇକ ଯୋଗେ ନିଜ ଗାଁ ପଳାସପିଠିଆ ଗାଁରୁ କୌଣସି କାମରେ କାମାକ୍ଷାନଗର ଆସୁଥିଲେ । ବିପରୀତ ପାର୍ଶ୍ଵରୁ ଦ୍ରୁତ ଗତିରେ ଯାଉଥିବା ଏକ ପିଚୁ ଟ୍ୟାଙ୍କର ଗାଡି ସେମାନଙ୍କୁ ଧକ୍କା ଦେଇଥିଲା ।

ଗୁରୁତର ଅବସ୍ଥାରେ ସେମାନଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ କାମାକ୍ଷାନଗର ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସ୍ମୃତିରଞ୍ଜନଙ୍କର ମୃତ୍ୟୁ ହୋଇଥିଲା । ତୋଫାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.