Latest Odisha News

BREAKING NEWS

କୁହୁଡି ସାଜିଲା କାଳ, ବିଦ୍ୟୁତ ଖୁଣ୍ଟରେ ପିଟିହୋଇ ୨ ବାଇକ ଚାଳକ ମୃତ

ପୁରୀ: କୁହୁଡି ସାଜିଲା ବାଧକ । ବିଦ୍ୟୁତ ଖୁଣ୍ଟରେ ପିଟିହୋଇ ଚାଲିଗଲା ଦୁଇ ଜଣଙ୍କ ଜୀବନ । ଆଜି ସକାଳୁ ଏପରି ଦୁଃଖଦ ଘଟଣା ଘଟିଛି ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଇନ୍ଦିପୁର ମୁଖ୍ୟ ରାସ୍ତାର ଭଣ୍ଡାରୀଦଣ୍ଡା ନିକଟରେ । ମୃତକ ହେଲେ ଇନ୍ଦିପୁର ଅଞ୍ଚଳର ଲିପୁନ ସେନାପତି ଏବଂ ପୁପୁନା ପାଢୀ ।

ଖବର ମୁତାବକ, ଆଜି ସକାଳୁ ଏକ ବାଇକ୍ ଯୋଗେ ଲିପୁନ ସେନାପତି ଏବଂ ପୁପୁନା ପାଢୀ କୌଣସି କାମରେ ଯାଉଥିବାବେଳେ, କୁହୁଡି ଯୋଗୁଁ ତାଙ୍କୁ ଭଲଭାବେ ରାସ୍ତା ଦେଖାଯାଇନଥିଲା । ଫଳରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ବାଇକ୍ ଟି ପିଟି ହୋଇଥିଲା । ଦୁର୍ଘଟଣାରେ ଉଭୟ ଛିଟିକି ପଡିଥିଲେ । ଏହାଦେଖି ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଖବରପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଘଟଣାର ତଦନ୍ତ କରୁଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଉଭୟଙ୍କ ମୃତଦେହ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବ ।

 

 

Leave A Reply

Your email address will not be published.