Latest Odisha News

BREAKING NEWS

ଗାଁ ଠୁ ସହର ଶୀତରେ ଥରହର, ୧୦ ଡିଗ୍ରୀ ତଳେ ୬ ସହରର ତାପମାତ୍ରା

ଭୁବନେଶ୍ବର: ରାଜ୍ୟରେ ଖସୁଛି ପାରଦ । ବଢୁଛି ଥଣ୍ଡାର ପ୍ରକୋପ । ୧୦ ଡିଗ୍ରୀ ତଳେ ରହିଛି ୬ ସହରର ତାପମାତ୍ରା । ବିଶେଷକରି ଉପାନ୍ତ ଓ ପାହାଡିଆ ଅଞ୍ଚଳ ମାନଙ୍କରେ ଅଧିକ ଶୀତ ଅନୁଭୂତ ହେଉଛି । ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ସ୍ତରକୁ ଫେରିବା ସହ ସାରା ରାଜ୍ୟରେ ଥଣ୍ଡା ଅନୁଭୂତ ହେଉଛି । ସକାଳୁ ଅନେକ ସ୍ଥାନରେ ଟୋପା ଟୋପା କାକର ସହ ଘନ କୁହୁଡ଼ି ଦେଖିବାକୁ ମିଳୁଛି ।

ସକାଳ ସମୟରେ ଥଣ୍ଡାରେ ଘରୁ ବାହାରିବା ସମ୍ଭବ ହେଉନି । ଘନ କୁହୁଡି ଯୋଗୁଁ ରାସ୍ତାରେ ଗାଡି ଚଳାଚଳରେ ବ୍ୟାଘ୍ରାତ ଘଟୁଛି । ପଶ୍ଚିମ ରୁ ଦକ୍ଷିଣ, ଉତ୍ତର ରୁ ଉପକୂଳ ସବୁଠି ଅସହ୍ୟ ଜାଡ଼ରେ ଅସ୍ତବ୍ୟସ୍ତ ହେଇପଡୁଛନ୍ତି ଲୋକେ । ଯାହାକୁ ନେଇ ରାତ୍ର ସମୟରେ ନିଆଁ ଜାଳି ଶୀତ ଦାଉରୁ ରକ୍ଷା ପାଉଥିବାବେଳେ, ଶୀତୁଆ ସକାଳରେ କଅଁଳ ଖରାର ମଜା ନେଉଛନ୍ତି ରାଜ୍ୟବାସୀ ।

ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟର ସର୍ବନିମ୍ନ ତାପମାତ୍ରା ଜି. ଉଦୟଗିରିରେ ୭.୫ ଡିଗ୍ରୀ ରହିଛି । ଏହାପରେ ଫୁଲବାଣୀରେ ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ରହିଛି । ଦାରିଙ୍ଗବାଡ଼ିରେ ୯.୫ ଡିଗ୍ରୀ ତାପମାତ୍ରା, କୋରାପୁଟରେ ୯.୬ ଡିଗ୍ରୀ, କେନ୍ଦୁଝରରେ ୧୦.୪ ଡିଗ୍ରୀ, ସୁନ୍ଦରଗଡ଼ରେ ୧୦.୫, ଅନୁଗୁଳରେ ୧୦.୬, ଝାରସୁଗୁଡ଼ାରେ ୧୦.୮ ଡିଗ୍ରୀ ରେକର୍ଡ କରାଯାଇଛି ।

Leave A Reply

Your email address will not be published.