ଭୁବନେଶ୍ବର: ନୂଆ ମୋଟର ଯାନ ଅଧିନିୟମ ଲାଗୁ ହେବାପରେ ଓଡିଶାରେ ସଡକ ଦୁର୍ଘଟଣା ଏବଂ ତଦଜନିତ ମୃତ୍ୟୁବରଣ ସଂଖ୍ୟା ହ୍ରାସ ଘଟିଛି ।
ସୁତ୍ରରୁ ପ୍ରକାଶ ଯେ ୨୦୧୯ ମସିହା ସେପ୍ଟେମ୍ବର ୧ରୁ ଡିସେମ୍ବର ୨୦୧୯ ମଧ୍ୟରେ ରାଜ୍ୟରେ ୩୫୫ଟି ଦୁର୍ଘଟଣା ଘଟିଛି । ଯାହା ପୂର୍ବ ବର୍ଷର ସେହି ଅବଧି ତୁଳନାରେ ୯.୯୩ ପ୍ରତିଶତ କମ୍ ଅଟେ। ସେହିଭଳି ୨୦୧୯ର ଏହି ମାସରେ ଦୁର୍ଘଟଣାରେ ୨୦୧ ମୃତ୍ୟୁ ଘଟିଥିଲା, ଯାହା ୨୦୧୮ ତୁଳନାରେ ୧୨.୨୯ ପ୍ରତିଶତ କମ୍ ରେକର୍ଡ କରାଯାଇଥିଲା ବୋଲି ପରିବହନ ମନ୍ତ୍ରୀ ନୃସିଂହ ସାହୁ କହିଛନ୍ତି।
୨୦୧୯ ମସିହା ଜାନୁଆରୀ-ମାର୍ଚ୍ଚ ତୁଳନାରେ ୨୦୨୦ ମସିହାରେ ୧୭୭ କମ୍ ଦୁର୍ଘଟଣା ହୋଇଛି । ଯାହାକି ୫.୭୮ କମ୍ ହାର । ସେହିଭଳି ଗତବର୍ଷ ତୁଳନାରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଚଳିତ ବର୍ଷ ୨୨୭କୁ ଖସି ଆସିଛି, ଯାହା ୧୪.୩୬ ହାର ।
ସଂସଦରେ ପାରିତ ହୋଇଥିବା ମୋଟର ଯାନ ସଂଶୋଧନ ଅଧିନିୟମ ୨୦୧୯ ମସିହା ସେପ୍ଟେମ୍ବର ୧ ଠାରୁ ଲାଗୁ ହୋଇଥିଲା ।
Comments are closed.