Latest Odisha News

ତୁରନ୍ତ ବିଜୁଳି ଓ ଜଳଯୋଗାଣ ପାଇଁ ରାସ୍ତାକୁ ଓହ୍ଲାଇଲେ ରାଜଧାନୀ ବାସିନ୍ଦା

ଭୁବନେଶ୍ୱର: ବାତ୍ୟାକୁ ଆଜି ୭ ଦିନ ବିତିଯାଇଥିଲେ ବି ରାଜଧାନୀରେ ଆଜି ପର୍ଯ୍ୟନ୍ତ ପିଇବା ପାଣି ଓ ବିଜୁଳି ଲାଗି ହନ୍ତସନ୍ତ ହେଉଛନ୍ତି ହଜାର ହଜାର ଭୁବନେଶ୍ୱର ବାସିନ୍ଦା । ଭୟଙ୍କର ବାତ୍ୟାରେ ରାଜଧାନୀରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଯୋଗୁଁ ଭୁବନେଶ୍ୱରରେ ପାନୀୟ ଜଳ ଯୋଗାଣ ମଧ୍ୟ ଠପ୍ ହୋଇପଡ଼ିଛି । ତେବେ ଏପର୍ଯ୍ୟନ୍ତ ପୁନରୁଦ୍ଧାର କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଥିବା ବେଳେ ଆହୁରି ଅନେକ ଅଞ୍ଚଳ ଏବେ ମଧ୍ୟ ରାତି ରାତି ଅନ୍ଧାରରେ କଟୁଛି । ପାନୀୟ ଜଳ ମୁନ୍ଦେ ଲାଗି ରାଜଧାନୀ ବାସିନ୍ଦା ହେଉଛନ୍ତି ହନ୍ତସନ୍ତ । ଅନେକ ସ୍ଥାନରେ ଏଯାଏଁ ବିଦ୍ୟୁତ ସେବା ସ୍ୱାଭାବିକ ଅବସ୍ଥାକୁ ଫେରି ପାରିନଥିବାରୁ ରାଜଧାନୀର ଅନେକ ସ୍ଥାନରେ ଉତ୍ତେଜିତ ଜନସାଧାରଣ ରାସ୍ତାକୁ ଓହ୍ଲାଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ଭୁବନେଶ୍ୱରର ବ୍ୟସ୍ତବହୁଳ ଗ୍ୟାରେଜ ଛକ ଅଞ୍ଚଳରେ ଉତ୍ୟକ୍ତ ଜନସାଧାରଣ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏପରିକି ଯଥାଶିଘ୍ର ଜଳ ଯୋଗାଣ ବ୍ୟବସ୍ଥା ତଥା ବିଦ୍ୟୁତ ସେବା ସ୍ୱାଭାବିକ ଭାବେ ଚାଲୁ କରିବାକୁ ଦାବି କରି ରାସ୍ତାରେ ବସିରହିଛନ୍ତି ସ୍ଥାନୀୟ ବୁଦ୍ଧୀଜୀବି ତଥା ମୁରବୀ ସ୍ଥାନୀୟ ବାସିନ୍ଦା ।

ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ବାତ୍ୟା ପରବର୍ତ୍ତୀ ପୁନଃରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ଗତିରେ ଚାଲୁଥିବା ବେଳେ ଅନେକ ସ୍ଥାନରେ ମନ୍ଥର ଗତିରେ ଚାଲିଛି ମରାମତି । ତେବେ ଆହୁରି ଅନେକ ସ୍ଥାନ ଏପରିକି ସହର ଉପକଣ୍ଠସ୍ଥ ଅନେକ ଗ୍ରାମାଞ୍ଚଳରେ ପ୍ରଶାସନ ଏଯାଏଁ ପହଞ୍ଚିପାରିନଥିବାର ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

Leave A Reply

Your email address will not be published.