Latest Odisha News

BREAKING NEWS

ବ୍ୟସ୍ତବହୁଳ ବ୍ରିଜ୍ ତଳର ଦୂରାବସ୍ଥା

କଟକ : କଟକ ନୂଆବଜାରର ବ୍ୟସ୍ତବହୁଳ ବ୍ରିଜ୍ ତଳର ଦୃଶ୍ୟ । ଟିକିଏ ବର୍ଷା ହେଲେ ରାସ୍ତାଘାଟ ବଡବଡ ଗାତମାନ ସୃଷ୍ଟି ହେଉଛି । ଏହି ରାସ୍ତାର ଦୂରବସ୍ଥା କହିଲେ ନସରେ । ବାଇକ, କାର୍, ସାଇକେଲ ସମେତ ଅନ୍ୟ ବଡ ମାଲ୍ ବୋଝେଇ ଗାଡି ମଧ୍ୟ ଏହି ରାସ୍ତାରେ ଯାତାୟାତ କରୁଛନ୍ତି । ହେଲେ କମ୍ପାନୀର ବେପରୁଆ ଭାବେ କାର୍ଯ୍ୟ କରୁଥିବାରୁ ନାନା ହନ୍ତସନ୍ତ ହେଉଛନ୍ତି ଲୋକେ ।

ପୋତାପୋଖରୀ, ଯୋବ୍ରା, ନୂଆପଡା, ପ୍ରେସ୍ ଛକ, ଓଏମପି, ପାରଦୀପ ଏବଂ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତା । ଏହି ରାସ୍ତା ଉପରେ ଅନେକ ଲୋକ ନିର୍ଭରଶୀଳ ହେଉଥିବାରୁ ରାସ୍ତାର ଦୂରବସ୍ଥା ଯୋଗୁଁ ଛୋଟବଡ ଦୁର୍ଘଟଣା ହେଉଛି । ଯାହାକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ରାସ୍ତା ଉପରେ ବିଭିନ୍ନ ବର୍ଗର ଲୋକେ ନିର୍ଭର କରୁଥିବାବେଳେ ଲଗାଣ ବର୍ଷାରେ ରାସ୍ତାର ପରିସ୍ଥିତି ଆହୁରି ସଙ୍ଗୀନ ହୋଇପଡିଲାଣି ।  ଏ ସମସ୍ୟା ଆଜିର ନୁହେଁ,ମାସ ମାସ ଧରି ଜାଇକା କମ୍ପାନୀ ଏଭଳି ଅଧପନ୍ତରିଆ କାର୍ଯ୍ୟ କରି ଅସୁଛି । ନୂଆବଜାର ସମେତ ଅନ୍ୟ ସ୍ଥାନରେ ମଧ୍ୟ ଜାଇକା ରାସ୍ତା ଖୋଳି ଏହିଭଳି ଭାବେ ଅଧପନ୍ତରିଆ କାର୍ଯ୍ୟକୁ ଛାଡି ପଳାଇବା ପରେ ସମସ୍ୟାରେ ପଡୁଛନ୍ତି ଲୋକେ ।

କମ୍ପାନୀକୁ ବାରମ୍ବାର ଜଣାଇବା ସତ୍ତ୍ୱେ କମ୍ପାନୀର ଠିକାଦାର ଏଭଳି କରୁଥିବା ଅଭିଯୋଗ କରିଛନ୍ତି ବ୍ୟବସାୟୀ। ଯଦି ଏହାର କୌଣସି ସ୍ଥାୟୀ ସମାଧାନ ନ ହୁଏ ତେବେ ବାଧ୍ୟ ହୋଇ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି କହିଛନ୍ତି ବ୍ୟବସାୟୀ ମାନେ। ଅପରପଟେ ଏ ଘଟଣା ନେଇ କମ୍ପାନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ନ ଥିବା ବେଳେ ରାସ୍ତା କାମକୁ ଯଥାଶୀଘ୍ର ଶେଷ କରି ବାକୁ ଦାବି କରିଛନ୍ତି ଅଞ୍ଚଳବାସୀ

 

Leave A Reply

Your email address will not be published.