Latest Odisha News

BREAKING NEWS

ଡ଼ିଏଭି ସ୍କୁଲରେ ସଡ଼କ ସୁରକ୍ଷା ଅଭିଯାନ

ଭୁବନେଶ୍ୱର: ସ୍କୁଲ ଓ କଲେଜର ଛାତ୍ରଛାତୀଙ୍କ ଆନ୍ତରିକତାପୂର୍ଣ୍ଣ ସଂପୃକ୍ତି ଓ ସହଯୋଗ ବଳରେ ସଡ଼କ ସୁରକ୍ଷା ଅଭିଯାନ ତ୍ୱରାନ୍ୱିତ ହୋଇପାରିବ ବୋଲି ରାଜଧାନୀ ଚନ୍ଦ୍ରଶେଖରପୁରସ୍ଥିତ ଡ଼ିଏଭି ସ୍କୁଲରେ ଆୟୋଜିତ ‘ସଡ଼କ ସୁରକ୍ଷା ସଚେତନତା’ କାର୍ଯ୍ୟକ୍ରମରେ ମତପ୍ରକାଶ ପାଇଛି ।

ଏହି ସଚେତନତାମୂଳକ କାର୍ଯ୍ୟକ୍ରମକୁ ଉଦଘାଟନ କରି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ବିଦ୍ୟାର୍ଥୀଙ୍କ ସହଯୋଗରେ ଜନକଲ୍ୟାଣରେ ଏହି କାର୍ଯ୍ୟକ୍ରମକୁ ଅଶାତୀତ ସଫଳତା ଆଣି ଦେଉଛି ବୋଲି କହିଛନ୍ତି ।

ରାଜଧାନୀର ବିଭିନ୍ନ ସ୍କୁଲର ପ୍ରାୟ ୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସଡ଼କ ସୁରକ୍ଷାକୁ ନେଇ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆୟୋଜିତ ହୋଇଥିବା ନାଟିକା ‘ଜିନ୍ଦେଗୀ ଆଧାକପ୍ ଚାୟ ନେହିଁ’ ଏବଂ ଏକ ଗୀତ ‘ଅବହେଳା କରନାହିଁ’ ପରିବେଷିତ ହୋଇଥିଲା ।

ଓଡ଼ିଶା ସରକାରଙ୍କ ପରିବହନ କମିଶନର୍ ସଞ୍ଜୀବ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଟ୍ରାଫିକ୍ ଓ ଗାଡ଼ିଚାଳନାର ପରିବର୍ତ୍ତିତ ନିୟମାବଳୀ ସମ୍ପର୍କରେ ଅବଗତ କରାଇଥିଲେ । ଆଗାମୀ ଦିନରେ ଏହି ସଚେତନତା କାର୍ଯ୍ୟକ୍ରମକୁ ଆହୁରି ବ୍ୟପକ କରାଯିବ ବୋଲି ସେ ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ । ଏହି ଉତ୍ସବରେ ଡ଼ିଏଭି ଚନ୍ଦ୍ରଶେଖରପୁର ସ୍କୁଲର ଅଧ୍ୟକ୍ଷ ଡ଼ଃ କେ ସି ଶତପଥୀ, ସିଟିଜେନ ଫୋରମ ପକ୍ଷରୁ ଶୁଭଶ୍ରୀ ଦାସ, ସୋମା କାନ୍ଦରୁ, ଶିଶିର ଶ୍ରୀବତ୍ସ ମହାପାତ୍ର, ଅଶୋକ ଦାସ, ବିଦ୍ୟାଳୟର କୋଅର୍ଡ଼ିନେଟର ଇନ୍ଦିରା ଭଟ୍ଟାଚାର୍ଯ୍ୟ, ପରିବହନ ପରିଚାଳକ ମନୋଜ ଗଡ଼ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ଶିକ୍ଷକ ଲକ୍ଷ୍ମୀଧର ରାଉତରାୟଙ୍କ ଦ୍ୱାରା କାର୍ଯ୍ୟକ୍ରମ ସଂଯୋଜିତ ହୋଇଥିଲା ।

Leave A Reply

Your email address will not be published.