Latest Odisha News

BREAKING NEWS

୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ: କ୍ରିକେଟ୍ କ୍ୱାଲିଫାୟର ଓ ଯୋଗ୍ୟତା ନିୟମ

ନୂଆଦିଲ୍ଲୀ: ୧୨୮ ବର୍ଷ ପରେ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ କ୍ରିକେଟ୍ ପ୍ରତ୍ୟାବର୍ତ୍ତନ କରୁଛି । ଏହି ଅଲିମ୍ପିକ୍ସ କ୍ରିକେଟ୍ ମ୍ୟାଚଗୁଡ଼ିକ କାଲିଫର୍ଣ୍ଣିଆର ପୋମୋନାରେ ଖେଳାଯିବ । ଆଇସିସି ଦ୍ୱାରା ପ୍ରକାଶିତ ନୂଆ କ୍ୟାଲେଣ୍ଡର ଅନୁଯାୟୀ ଅଲିମ୍ପିକ୍ସ କ୍ରିକେଟ୍ କ୍ୱାଲିଫାୟର୍ ମ୍ୟାଚ୍ ଗୁଡ଼ିକ ଜାନୁଆରୀ-ଫେବୃଆରୀ ୨୦୨୮ ରେ ଅନୁଷ୍ଠିତ ହେବ । ପୁରୁଷ ଓ ମହିଳା ଉଭୟ ବିଭାଗରେ ୬-୬ ଟିମ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବେ । କ୍ୱାଲିଫାୟର୍‌ରେ ୮-୮ଟି ଟିମ୍ ଭାଗ ନେବେ ଏବଂ ପ୍ରତ୍ୟେକ କ୍ୱାଲିଫାୟର୍‌ରୁ ଗୋଟିଏ ଲେଖାଏଁ ଟିମ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବେ ।
ଭାରତୀୟ ମହିଳା କ୍ରିକେଟ୍ ଟିମ୍ ପୂର୍ବରୁ ହିଁ ଅଲିମ୍ପିକ୍ସ ପାଇଁ ସ୍ଥାନ ପକ୍କା କରିସାରିଛି । ୨୦୨୬ ମହିଳା ଟି-୨୦ ୱାର୍ଲ୍ଡକପ୍‌ରେ ନିଜ ନିଜ ମହାଦ୍ୱୀପର ଶ୍ରେଷ୍ଠ ଦଳ ଭାବେ ଭାରତ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଓ ଗ୍ରେଟ୍ ବ୍ରିଟେନ୍ ସିଧାସଳଖ ଯୋଗ୍ୟତା ପାଇଛନ୍ତି ।

ପୁରୁଷ ବିଭାଗରେ ଏସିଆ, ଆଫ୍ରିକା, ୟୁରୋପ ଓ ଓସେନିଆ – ଏହି ୪ଟି ମହାଦ୍ୱୀପର ଶ୍ରେଷ୍ଠ ର‍୍ୟାଙ୍କିଙ୍ଗଧାରୀ ଟିମ୍‌କୁ ୩୧ ଡିସେମ୍ବର ୨୦୨୬ ର ର‍୍ୟାଙ୍କିଙ୍ଗ୍ ଆଧାରରେ ସିଧାସଳଖ ଏଣ୍ଟ୍ରି ମିଳିବ । ତେଣୁ ଭାରତୀୟ ପୁରୁଷ ଟିମ୍ ପାଇଁ ୨୦୨୬ ଶେଷ ସୁଦ୍ଧା ନିଜର ଶ୍ରେଷ୍ଠ ର‍୍ୟାଙ୍କିଙ୍ଗ୍ ବଜାୟ ରଖିବା ଜରୁରୀ । ଆୟୋଜକ ଦେଶ ହୋଇଥିଲେ ସୁଦ୍ଧା ଆମେରିକା ପାଇଁ ସିଧାସଳଖ ଏଣ୍ଟ୍ରି ନାହିଁ । ଆମେରିକାର ପୁରୁଷ ଓ ମହିଳା ଟିମ୍‌କୁ ୩୦ ଜୁନ୍ ରୁ ୩୧ ଡିସେମ୍ବର ୨୦୨୬ ମଧ୍ୟରେ ଆଇସିସି ର‍୍ୟାଙ୍କିଙ୍ଗ୍‌ର ଟପ୍-୧୫ ଭିତରେ ରହିବାକୁ ପଡ଼ିବ । ଏହା ପୂର୍ବରୁ କେବଳ ୧୯୦୦ ମସିହା ପ୍ୟାରିସ୍ ଅଲିମ୍ପିକ୍ସ ରେ କ୍ରିକେଟ୍ ଖେଳାଯାଇଥିଲା, ଯେଉଁଥିରେ ଗ୍ରେଟ୍ ବ୍ରିଟେନ୍ ସ୍ୱର୍ଣ୍ଣ ଏବଂ ଫ୍ରାନ୍ସ ରୌପ୍ୟ ପଦକ ଜିତିଥିଲେ ।

Leave A Reply

Your email address will not be published.