Latest Odisha News

BREAKING NEWS

ବିଷ ଠାରୁ କମ୍ ନୁହେଁ ଏହି ଖାଦ୍ୟ; ଖାଉଥିଲେ ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ଵର: ରାସ୍ତାରେ ଗୁପଚୁପ୍ କିମ୍ବା ମୋମୋ ଦେଖିଲେ ଯଦି ଆପଣଙ୍କ ପାଟିରୁ ଲାଳ ଗଡ଼ୁଥାଏ, ତେବେ ସାବଧାନ ରହୁନ୍ତୁ । ରାସ୍ତା ପାଖରେ ବିକ୍ରି ହେଉଥିବା ଏହି ଖାଦ୍ୟ ଆପଣଙ୍କ ପାଇଁ ବେଶ୍ ହାନିକାରକ ହୋଇପାରେ । ଏପରିକି ଆପଣଙ୍କ ଶରୀରକୁ ଅସୁସ୍ଥ କରିଦେଇପାରେ ।

ମନଚୁରିଆନ୍, ଚିଲି ପନିର, ଚିଲି ମଶରୁମ୍ ଇତ୍ୟାଦି ଖାଦ୍ୟରେ ଶସ୍ତା ସସର ବ୍ୟବହାର ହୋଇଥାଏ । ଯେଉଁଥିରେ ଖରାପ ରଙ୍ଗ ଓ ରାସାୟନିକ ପଦାର୍ଥ ମିଶିଥାଏ । ଏଥିରେ ବ୍ୟବହୃତ ହେଉଥିବା ତେଲ ମଧ୍ୟ ଖରାପ୍ ହୋଇଥାଏ । ସେହିପରି ଦେଶର ପ୍ରତିଟି କୋଣରେ ଆପଣଙ୍କୁ ଗୁପଚୁପ୍ ପ୍ରେମୀ ମିଳିଯିବେ । ରାସ୍ତା କଡରେ ବିକ୍ରି ହେଉଥିବା ଗୁପଚୁପ୍ ପାଣିରେ ଅସଂଖ୍ୟ ବ୍ୟାକ୍ଟେରିଆ ରହିପାରନ୍ତି । ଏହାସହ ଗୁପଚୁପ୍ ବିକ୍ରି କରୁଥିବା ବ୍ୟକ୍ତିଙ୍କ ହାତ ଯେ, ସଫା ଥିବ, ତାହାର ଗ୍ୟାରେଣ୍ଟି ଦିଆଯାଇପାରିବ ନାହିଁ ।

ଯଦି ଆପଣ ବାହାରେ ମୋମୋ ଖାଉଛନ୍ତି, ତେବେ ଆପଣଙ୍କୁ ସତର୍କ ରହିବା ନିହାତି ଜରୁରୀ । ଭେଜ୍ ମୋମୋରେ ବ୍ୟବହୃତ ହେଉଥିବା କୋବିରେ ଅଧିକାଂଶ ସମୟରେ ପୋକ ରହିଥାନ୍ତି, ଯାହା ଆପଣଙ୍କ ଶରୀର ପାଇଁ କ୍ଷତିକାରକ । ସେହିପରି ନନଭେଜ୍ ମୋମୋର ଚଟନୀ ଖାଇବା ପରେ ଅନେକ ଅସୁସ୍ଥ ହୋଇଥିବା ଖବର ଅନେକ ସମୟରେ ସାମ୍ନାକୁ ଆସିଛି । ଫଳ ସ୍ବାସ୍ଥ୍ୟପାଇଁ ଭଲ, କିନ୍ତୁ ରାସ୍ତା ପାଖରେ ଥିବା କଟା ଫଳ ଆପଣଙ୍କୁ ଅସୁସ୍ଥ କରିଦେଇପାରେ । ରାସ୍ତା କଡ଼ରେ ବିକ୍ରି ହେଉଥିବା କଟା ଫଳ ଉପରେ ମାଛି ବସିଥାନ୍ତି, ଯାହା ଶାରୀର ପାଇଁ ବେଶ୍ କ୍ଷତିକାରକ ହୋଇଥାଏ ।

Comments are closed.