Latest Odisha News

BREAKING NEWS

ଜାନୁଆରୀ ୧୭ରେ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗର ଲୋକାର୍ପଣ ଉତ୍ସବ: ଆଜି ଚିହ୍ନଟ ହେଲା ଯଜ୍ଞ ସ୍ଥଳ

ପୁରୀ: ଆସନ୍ତା ଜାନୁଆରୀ ୧୭ ରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ । ସେଥିପାଇଁ ଜାନୁଆରୀ ୧୨ ତାରିଖରୁ ଆରମ୍ଭ ହେବ ଅଙ୍କୁରାରୋପଣ କାର୍ଯ୍ୟକ୍ରମ । ଚାରି ଧାମରୁ ବିଦ୍ୱାନ,ପଣ୍ଡିତ ,ସାଧୁସନ୍ଥ ଓ ଭିଭିଆଇପି ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାକୁ ଲାଇଭ ଭିଡିଓ ଡିସ୍ ପ୍ଲେ କରାଯିବ। ସେଥିପାଇଁ କେଉଁ ଜାଗାରେ ଯଜ୍ଞ ଅନୁଷ୍ଠିତ ହେବ ସେନେଇ ଦ୍ବିତୀୟଥର ପାଇଁ ଏକ ଟିମ୍ ଭିଜିଟ୍ କରିଛନ୍ତି । ଯଜ୍ଞ ସ୍ଥଳ ଏବଂ ବିଭିନ୍ନ ସ୍ଥାନ ଅନୁଧ୍ୟାନ କରି ସ୍ଥାନ ଚୂଡ଼ାନ୍ତ କରିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ,, ଟାଟା, ଓବିସିସି ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଏହି ଟିମରେ ସାମିଲ ରହିଛନ୍ତି ।

ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ପ୍ରକଳ୍ପ ପାଇଁ ଜମିଦାନ ଦେଇଥିବା ଜମିଦାତା,ନିୟୋଜିତ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯିବ। ସାଧୁ ସନ୍ଥ ଓ ମଠାଧୀଶଙ୍କ ଦ୍ଵାରା ଅଖଣ୍ଡ ନାମ ଓ ସଙ୍କୀର୍ତ୍ତନ କରାଯିବ । ୧୨ ତାରିଖରେ ଅଙ୍କୁରାରୋପଣ ହୋଇ ୧୫ ତାରିଖ ସକାଳେ ଯଜ୍ଞ ଆରମ୍ଭ ହେବ । ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ଦିବ୍ୟସିଂହ ଦେବ କର୍ତ୍ତା ଭାବେ ଯୋଗ ଦେବେ। ଏବଂ ୧୭ ତାରିଖ ଦିନ ପୂର୍ଣ୍ଣାହୁତି ହେବା ନେଇ ସୂଚନା ରହିଛି ।

Leave A Reply

Your email address will not be published.