Latest Odisha News

BREAKING NEWS

ରାଜଧାନୀରେ ପ୍ରଥମ: ରୋବର୍ଟ ଲିଭାଇଲା ଭୟଙ୍କର ନିଆଁ..

ଭୁବନେଶ୍ବର: ରୋବର୍ଟ ଆୟତ୍ତ କଲା ଅଣାୟତ୍ତର ନିଆଁ । ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ବରରେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲା ରୋବର୍ଟ । ଅଗ୍ନିଶମ ବାହିନୀର କର୍ମଚାରୀ ନିଆଁକୁ ଆୟତ୍ତ ନକରିପାରିବାରୁ ଏଥିରେ ଏକ ରୋବର୍ଟ ନିୟୋଜିତ କରାଯାଇ ନିଆଁକୁ ଲିଭାଯାଇଥିଲା । କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଭୁବନେଶ୍ବର ସ୍ଥିତ ସତ୍ୟନଗର ଅଞ୍ଚଳରେ ।

ସୋମବାର ସନ୍ଧ୍ୟାରେ ରାଜ୍ୟ ରାଜଧାନୀ ଭୁବନେଶ୍ୱରର ସତ୍ୟ ନଗର ଅଞ୍ଚଳରେ ଥିବା ଏକ ଇଲେକ୍ଟ୍ରୋନିକ୍ସ ଗୋଦାମରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଥିଲା । ପରେ ସୂଚନା ପାଇ, ନିଆଁକୁ ଲିଭାଇବା ପାଇଁ ପାଞ୍ଚରୁ ଅଧିକ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା । ହେଲେ ନିଆଁର ପ୍ରକୋପ ଏତେ ଅଧିକ ଥିଲା ଆଉ ତା ସହିତ ଘନ ଧୂଆଁ ଯୋଗୁଁ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ ଦମକଳ ବାହିନୀ । ଯାହା ପରେ ଏକ ରୋବୋଟ୍ ସେମାନଙ୍କୁ ସହାୟତା କରିବାକୁ ନିୟୋଜିତ କରାଯାଇଥିଲା । ପରେ ସ୍ୱତନ୍ତ୍ର ରୋବୋଟ୍ ଇଲେକ୍ଟ୍ରୋନିକ୍ସ ଗୋଦାମର ଅଣାୟତ୍ତ ନିଆଁକୁ ଲିଭାଇ ଦେଇଥିଲା ।

ତେବେ କହିରଖୁଛୁ, ଗତକାଲି ପ୍ରାୟ ସଂଧ୍ୟା ସମୟରେ ସତ୍ୟନଗରରେ ଥିବା ଏକ ଇଲେକ୍ଟ୍ରୋନିକ୍ସ ଗୋଦାମରେ ଭୟଙ୍କର ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବିଭାଗ । ପ୍ରାୟ ୨ ଘଣ୍ଟାର କସରତ ପରେ ନିଆଁକୁ ଆୟତ୍ତର କରାଯାଇଥିଲା । ଯଦିଓ କୌଣସି ମୃତାହତର ସୂଚନା ମିଳିନାହିଁ, କିନ୍ତୁ ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ କୋଟି କୋଟି ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି । କ୍ଷତିର ପରିମାଣ ୫ରୁ ୭ କୋଟି ହେବ ବୋଲି ଅନୁମାନ କରାଯାଉଛି । ତେବେ ସର୍ଟସର୍କିଟରୁ ଏଭଳି ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରାଯାଉଥିବା ବେଳେ ଏହାର କିଛି ଠୋସ୍ କାରଣ ମିଳିନାହିଁ ।

Leave A Reply

Your email address will not be published.