ମୁମ୍ବାଇ: ବିବାହର ୫ ବର୍ଷ ପରେ ମା’ ହେଲେ ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ରୋଚେଲ ରାଓ । ସେ ନିକଟରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଉଭୟ ମାଆ ଓ ଝିଅ ସୁସ୍ଥ ଅଛନ୍ତି । ଏହି ଖୁସି ଖବର ନିଜେ ରୋଚେଲ ଓ ତାଙ୍କ ସ୍ୱାମୀ କିଟ୍ ସେକିରା ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏହା ଜାଣିବା ପରେ ରୋଚେଲଙ୍କ ବହୁ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।
ବିଗ୍ବସ୍ର ପ୍ରତିଯୋଗୀ ସାଜିଥିବା ରୋଚେଲ ଅନେକ ଧାରାବାହିକରେ ଅଭିନୟ କରି ଘରେ ଘରେ ପରିଚିତ ହୋଇପାରିଛନ୍ତି । ତାଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରନ୍ତି । ରୋଚେଲ ୨୦୧୮ ମସିହାରେ କିଟ୍ଙ୍କୁ ପ୍ରେମ ବିବାହ କରିଥିଲେ । ବିବାହର ୫ ବର୍ଷ ପରେ ଦୁହେଁ ମାତାପିତା ହୋଇଛନ୍ତି । ମେଡ଼ିକାଲରୁ ଡ଼ିସ୍ଚାର୍ଜ ହେବା ପରେ ରୋଚେଲ ଝିଅକୁ ନେଇ ଘରକୁ ଯାଉଥିବାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ଖୁସିଖବର ଜଣାପଡ଼ିବା ପରେ ସାଥୀ କଳାକାରଙ୍କ ସହ ପ୍ରଶଂସକମାନେ ଅଭିନନ୍ଦନ ଜଣାଉଛନ୍ତି ।
Comments are closed.