Latest Odisha News

BREAKING NEWS

ବିଦ୍ୟୁତ୍ ଦର ବୃଦ୍ଧିକୁ ବିରୋଧୀଙ୍କ ବିରୋଧ, ବିଧାନସଭା ୧୧ଟା ୩୦ ଯାଏ ମୁଲତବି

ଭୁବନେଶ୍ୱର: ପ୍ରଶ୍ନକାଳ ଆରମ୍ଭରୁ ଆଜି ଚାଲିପାରିନାହିଁ ବିଧାନସଭା । ବିରୋଧୀ କଂଗ୍ରେସ ଓ ବିଜେପି ବିଧାୟକ ପ୍ରଶ୍ନକାଳ ଆରମ୍ଭରୁ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । କଂଗ୍ରେସ ବର୍ଦ୍ଧିତ୍ ବିଦ୍ୟୁତ୍ ଦରକୁ ନେଇ ହୋହଲ୍ଲା କରିଥିବା ବେଳେ ବିଜେପି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କାଘର ଲୋଗୋ ଲଗାଯିବାକୁ ନେଇ ହଟ୍ଟଗୋଳ କରିଥିଲା ।

ବିଜେପି ଓ କଂଗ୍ରେସ ସଦସ୍ୟ ଗୃହ ମଧ୍ୟ ଭାଗରେ ହୋହଲ୍ଲା କରିବାରୁ ବାଚସ୍ପତି ଗୃହକୁ ଦିନ ୧୧ଟା ୩୦ ଯାଏ ମୁଲତବି ଘୋଷଣା କରିଛନ୍ତି । ୬ ମାସ ମଧ୍ୟରେ ଦୁଇ ଦୁଇଥର ବିଦ୍ୟୁତ୍ ଦର ୟୁନିଟ୍ ପିଛା ୫୦ ପଇସା ବୃଦ୍ଧି ପାଇଛି । ଏହାକୁ କଂଗ୍ରେସ ତୀବ୍ର ବିରୋଧ କରିବା ସହ ତୁରନ୍ତ ବର୍ଦ୍ଧିତ ଦରକୁ ପ୍ରତ୍ୟାହାର କରିନେବା ପାଇଁ ଦାବି କରିଛି ।

Leave A Reply

Your email address will not be published.