Latest Odisha News

BREAKING NEWS

PMAYରେ ନିର୍ମିତ ଘରେ ବିଜୁ ପକ୍କାଘର ଯୋଜନା ଷ୍ଟିକର ଅନୁମୋଦିତ ନୁହେଁ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଘରେ ବିଜୁ ପକ୍କା ଘର ଯୋଜନାର ଷ୍ଟିକରକୁ ରାଜ୍ୟ ସରକାର ବ୍ୟବହାର କରିପାରିବେ ନାହିଁ । ଏନେଇ ରାଜ୍ୟ ସରକାରଙ୍କୁ କେନ୍ଦ୍ର ଗ୍ରାମୀଣ ବିକାଶ ବିଭାଗ ଚିଠି ଲେଖିଛି । ଯେଉଁଥିରେ ଉଲ୍ଲେଖ ରହିଛି ଯେ, ବିଜୁ ପକ୍କାଘର ଲୋଗୋ ଅନୁମୋଦିତ ନୁହେଁ । ଅର୍ଥାତ୍ ବିଜୁ ପକ୍କା ଘର ଷ୍ଟିକରକୁ ରାଜ୍ୟ ସରକାର ବ୍ୟବହାର କରିପାରିବେ ନାହିଁ ।

ପୂର୍ବରୁ ବିଜୁ ପକ୍କାଘର ଲୋଗୋକୁ ବିରୋଧ କରିଥିଲା ବିଜେପି । PMAY ଘରେ ଦୁଇଟି ଷ୍ଟିକର ଲାଗିଥିବା ଅଭିଯୋଗ ଆଣିଥିଲା ଦଳ । ଏପରିକି ରାଜ୍ୟପାଳଙ୍କୁ ଭେଟି ଏନେଇ ବିଜେପି ପକ୍ଷରୁ ସ୍ମାରକପତ୍ର ମଧ୍ୟ ଦିଆଯାଇଥିଲା ।

Leave A Reply

Your email address will not be published.