ନୂଆଦିଲ୍ଲୀ: ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରୁଷରେ ଜନ୍ମିତ ଅଷ୍ଟ୍ରେଲିଆର ମହିଳା ଟେନିସ ଖେଳାଳି ଅରୀନା ରୋଡିଓନୋଭା ଅଷ୍ଟ୍ରେଲିଆନ ଓପନ ଦ୍ୱିତୀୟ ରାଉଣ୍ଡରେ ହାରିବା ପରେ ହଠାତ ପତି ଟାଇ ବେକରୀଙ୍କୁ ଛାଡପତ୍ର ଦେଇଛନ୍ତି । ଯାହା କି ଏବେ ଚର୍ଚ୍ଚାର କାରଣ ସାଜିଛି । ଟାଇ ଅଷ୍ଟ୍ରେଲିଆନ ଫୁଟବଲ ଲିଗର ଜଣେ ଖେଳାଳି । ଛାଡପତ୍ର ପରେ ଅରୀନା ଆଡଲ୍ଟ ଫିଲ୍ମରେ ଅଭିନୟ କରିବେ ବୋଲି ଘୋଷଣା କରିଛନ୍ତି । ସେ ଏବେ ଏହି ଦୁନିଆରେ ବେଶ ଲୋକପ୍ରିୟ ହୋଇ ଉଠିଛନ୍ତି ।
ଓନଲୀଫେନ୍ସ ନାମକ ଆପରେ ସେ କାର୍ଯ୍ୟ କରିବେ । ଟାଇ ଓ ରେଡିଓନୋଭା ୯ ବର୍ଷ ପରେ ଅଲଗା ହେବେ । ଆମେ ପୂର୍ବଭଳି ଭଲ ବନ୍ଧୁ ହୋଇ ରହିବୁ ବୋଲି ଅରୀନା କହିଛନ୍ତି । ସବୁ ବେଳେ ସବୁ କିଛି ଠିକ ରହି ନ ଥାଏ । ମୁଁ ଆମ ଦୁଇଜଣଙ୍କ ଭଲ ଭବିଷ୍ୟ ପାଇଁ ଆଗୁଆ ଶୁଭେଚ୍ଛା ଜଣାଉଛି ।
Comments are closed.