Latest Odisha News

ପୁଣି ସୁରକ୍ଷାକର୍ମୀଙ୍କୁ ସଫଳତା, ୧୪ ହାର୍ଡକୋର ମାଓବାଦୀ ଗିରଫ

ବିଜାପୁର: ପୁଣି ସୁରକ୍ଷାକର୍ମୀଙ୍କୁ ମିଳିଛି ଏକ ବଡ଼ ସଫଳତା। ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ୧୪ ହାର୍ଡକୋର ମାଓବାଦୀଙ୍କୁ ଗିରଫ କରାଯାଇଛି। ଡିଆରଜି ଏବଂ କୋବ୍ରା ଯବାନଙ୍କ ମିଳିତ ଅପରେସନ ବେଳେ ମିଳିଛି ସଫଳତା। ଗିରଫ ମାଓବାଦୀଙ୍କ ମଧ୍ୟରୁ ୮ଜଣଙ୍କ ନାଁରେ ରହିଛି ୩୬ ଲକ୍ଷ ଟଙ୍କାର ପୁରସ୍କାର।

ସେମାନଙ୍କ ନିକଟରୁ ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ। ଅନେକ ମାଓ ହିଂସାକାଣ୍ଡରେ ଏମାନେ ସାମିଲ ଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଗତ ଦୁଇ ଦିନ ତଳେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜଙ୍ଗଲରେ ମାଓବାଦୀଙ୍କ ବଡ଼ ଅସ୍ତ୍ରାଗାର ଠାବ ହୋଇଥିଲା। ଜଙ୍ଗଲ ମଧ୍ୟରେ ମାଓବାଦୀଙ୍କ ଉପସ୍ଥିତି ବିଷୟରେ ଗୁଇନ୍ଦା ସୂଚନା ପରେ ଏକ ବଡ଼ ଅପରେସନ ଆରମ୍ଭ କରିଥିଲେ।

ସୂଚନାଥାଉକି ଛତିଶଗଡର ନାରାୟଣପୁର ପୋଲିସ ନିକଟରେ ଶୁକ୍ରବାର ୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀମାନେ କୁତୁର ଅଞ୍ଚଳରେ ସକ୍ରିୟ ଥିଲେ। ବହୁ ନକ୍ସଲ ହିଂସାରେ ଏମାନେ ସାମିଲ ଥିବା ପୋଲିସ କହିଛି। ପୋଲିସ ତରଫରୁ ସମସ୍ତ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହଯୋଗ କରିବା ସହ ସସମ୍ତଙ୍କୁ ଆତ୍ମନିର୍ଭରଶୀଳ କରାଯିବ ବୋଲି ଏସପି ପ୍ରଭାତ କୁମାର କହିଛନ୍ତି ।

Comments are closed.