Latest Odisha News

BREAKING NEWS

ଧଳା ପିଆଜ ନା ଲାଲ ପିଆଜ! କେଉଁ ପିଆଜ ଖାଇବା ଭଲ..

ଭୁବନେଶ୍ବର:ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ପିଆଜ ଥାଏ । ଏହା କେବଳ ଖାଦ୍ୟର ସ୍ୱାଦକୁ ବଢାଇ ନଥାଏ ବରଂ ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ପ୍ରଦାନ କରେ । ପିଆଜ ବିନା ସାଲାଡ ଅସମ୍ପୂର୍ଣ୍ଣ ମନେହୁଏ ଏବଂ ଛୁଙ୍କ ବେଳେ ପିଆଜ ବ୍ୟବହାର  ନକଲେ ନଚଳେ । ତେବେ ବଜାରରେ ଦୁଇ ପ୍ରକାରର ପିଆଜ ଦେଖିବାକୁ ମିଳିଥାଏ । ଗୋଟିଏ ଲାଲ ପିଆଜ ଆଉ ଗୋଟେ ଧଳା ପିଆଜ ।

ପ୍ରାୟ ଲୋକମାନେ ଭାବନ୍ତି ଯେ, ଉଭୟ ସମାନ ଏବଂ ସେଗୁଡିକ ଯେକୌଣସି ଖାଦ୍ୟରେ ବ୍ୟବହାର କରାଯାଇପାରିବ । କିନ୍ତୁ ବାସ୍ତବରେ ଲାଲ ଏବଂ ଧଳା ପିଆଜର ସ୍ୱାଦ, ପୋଷକତତ୍ତ୍ବ ଏବଂ ବ୍ୟବହାରରେ  ଅନ୍ତର ରହିଛି । ଆସନ୍ତୁ ଜାଣିବା କେଉଁ ପିଆଜ ଖାଇବା ଭଲ ଓ କେଉଁ ପିଆଜ କେତେବେଳେ ବ୍ୟବହାର ହୁଏ..

ଲାଲ ପିଆଜ ଗାଢ ଲାଲ କିମ୍ବା ବାଇଗଣୀ ରଙ୍ଗର ହୋଇଥାଏ । ଏହାର ଭିତର ଅଂଶ ହାଲୁକା ଗୋଲାପୀ ରଙ୍ଗର ଥାଏ । ଏପଟେ ଧଳା ପିଆଜର ବାହ୍ୟ ଅଂଶ ହାଲୁକା ଧଳା ରଙ୍ଗର ଥାଏ ଏବଂ ଏହାର ଭିତର ଅଂଶ ସମ୍ପୂର୍ଣ୍ଣ ଧଳା ଥାଏ ।

ଲାଲ୍ ପିଆଜରେ କମ୍ ପରିମାଣର ଜଳ ଥାଏ ଏବଂ ମିଠା କମ୍ ଲାଗେ, ରାଗ ସ୍ୱାଦ ଥାଏ । ଧଳା ପିଆଜରେ ଅଧିକ ପରିମାଣର ଜଳ ଥାଏ ଏବଂ ମିଠା ଅଂଶ ଅଧିକ ଥାଏ, ଯେଉଁ କାରଣରୁ ଏହା ଅଧିକ ମିଠା ଏବଂ ରସଯୁକ୍ତ ।

ଲାଲ ପିଆଜରେ କ୍ୱେରସିଟିନ୍ ନାମକ ଏକ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ଶରୀରରେ ଫ୍ରି ରେଡିକାଲ୍ସ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହା ହୃଦଘାତ ଏବଂ କର୍କଟ ରୋଗର ଆଶଙ୍କା ମଧ୍ୟ ହ୍ରାସ କରିବାରେ ସହାୟକ ଅଟେ । ଏହା ରକ୍ତକୁ ସଫା କରିବା ଏବଂ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଏଥିରେ ଭିଟାମିନ୍ ସି ଏବଂ ସଲଫର୍ ଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିଥାଏ । ଲାଲ ପିଆଜ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ ।

ଧଳା ପିଆଜରେ ଫାଇବରରେ ଭରପୂର ଅଟେ, ଯାହା ହଜମଶକ୍ତି ବଢାଏ । କୋଷ୍ଠକାଠିନ୍ୟ ଏବଂ ଅମ୍ଳତା ପରି ପେଟ ସମସ୍ୟାରୁ ମୁକ୍ତି ଦେବାରେ ଏହା ସାହାଯ୍ୟ କରେ । ଏଥିରେ ଥିବା କ୍ୟାଲସିୟମ ଏବଂ ଫସଫରସ୍ ହାଡକୁ ମଜବୁତ କରିବାରେ ସହାୟକ ହୋଇଥାଏ । ଧଳା ପିଆଜ ରସ ଚର୍ମକୁ ଉଜ୍ଜ୍ୱଳ କରିବା ଏବଂ କେଶ ଝଡିବାରୁ ମୁକ୍ତି ଦେଇଥାଏ । ଧଳା ପିଆଜ ପୋଟାସିୟମର ଏକ ଉତ୍ତମ ଉତ୍ସ ଅଟେ, ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

ଯଦି ଆପଣ ଆଣ୍ଟିଅକ୍ସିଡାଣ୍ଟ, ଇମ୍ୟୁନିଟି ବୁଷ୍ଟର୍ ଏବଂ ରକ୍ତ ସଫା କରିବା ପାଇଁ ଚାହୁଁଛନ୍ତି, ତେବେ ଲାଲ ପିଆଜ ଅଧିକ ଲାଭଦାୟକ ଅଟେ । ଏହାକୁ କଞ୍ଚା ଖାଆନ୍ତୁ କିମ୍ବା ସାଲାଡରେ ବ୍ୟବହାର କଲେ ଅଧିକ ଲାଭ ମିଳେ । ଧଳା ପିଆଜ ହଜମ,ହାଡର ଶକ୍ତି ଏବଂ ଚର୍ମ ଏବଂ କେଶର ଯତ୍ନ ପାଇଁ ଭଲ । ସର୍ବୋତ୍ତମ ବିକଳ୍ପ ହେଉଛି ଏହାକୁ ସୁପ୍ ଓ ଭଜାରେ ବ୍ୟବହାର କରି ପାରିବେ ।

Comments are closed.