Latest Odisha News

କେବଳ ରୋହିତ ନୁହେଁ ଏମାନେ ବି ଛାଡି ପାରନ୍ତି ମୁମ୍ବାଇ ଇଣ୍ଡିଆନ୍ସ

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ ପରେ ରୋହିତ ଶର୍ମାଙ୍କ ସମେତ ଯଶପ୍ରୀତ ବୁମରାହ ଓ ସୂର୍ଯ୍ୟକୁମାର ଯାଦବ ମୁମ୍ବାଇ ଇଣ୍ଡିଆନ୍ସ ଛାଡିବା ପାଇଁ ନିଷ୍ପତି ନେଇଥିବା ରିପୋର୍ଟ ପ୍ରକାଶ ପାଇଛି । ରୋହିତ ମୁମ୍ବାଇ ପକ୍ଷରୁ ୧୪ ବର୍ଷ ଖେଳିଥିବା ବେଳେ ସୂର୍ଯ୍ୟକୁମାର ୯ ଓ ବୁମରାହଙ୍କ ୧୨ ବର୍ଷର ଅଭିଜ୍ଞତା ରହିଛି । ଚଳିତ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ହଠାତ ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ଅଧିନାୟକ ନିଯୁକ୍ତ କରିଥିଲା । ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଲା । ପ୍ରଶଂସକଙ୍କଠାରୁ ଆରମ୍ଭ କରି ମୁମ୍ବାଇର ଅଧିକାଂଶ ଖେଳାଳି ଏହି ନିଷ୍ପତିରେ ସନ୍ତୁଷ୍ଟ ନ ଥିଲେ । ରୋହିତ ବାଧ୍ୟବାଧକତାରେ ଏବେ ଦଳ ସହିତ ରହିଛନ୍ତି ।

ସୂଚନାଯୋଗ୍ୟ, ରୋହିତଙ୍କ ନେତୃତ୍ୱରେ ମୁମ୍ବାଇ ୫ଥର ଚାମ୍ପିୟନ ହୋଇଛି । ଏବେ ରୋହିତ ଓ ହାଦ୍ଦିକଙ୍କ ମତଭେଦ ଯୋଗୁ ଟିମ ୨ ଭାଗରେ ଭାଗ ହୋଇଯାଇଥିବା କୁହାଯାଉଛି । ଏପରିକି ମୁମ୍ବାଇ ହାର୍ଦ୍ଦିକ ନେତୃତ୍ୱରେ କ୍ରମାଗତ ୩ଟି ମ୍ୟାଚରେ ପରାଜିତ ହୋଇଛି । ଅନ୍ୟ ଏକ ରିପୋର୍ଟରେ ଟିମକୁ ପୂନର୍ବାର ସଂଗଠିତ କରିବା ପାଇଁ ରୋହିତଙ୍କୁ ଅଧିନାୟକ କରିବା ନେଇ ଆଲୋଚନା ହେଉଛି । ତେବେ ଏ ନେଇ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ କୌଣସି ବୟାନ ଜାରୀ କରାଯାଇ ନାହିଁ । ଗୁରୁବାର ସୂର୍ଯ୍ୟକୁମାର ଟିମ ସହିତ ଯୋଗ ଦେଇଛନ୍ତି ।

Comments are closed.