Latest Odisha News

BREAKING NEWS

ଜନ୍ମ ଦିନରେ ରୋହିତ ଆଇପିଏଲରେ ପୂନର୍ବାର ଫେଲ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗରେ ରୋହିତ ଶର୍ମା ପୂନର୍ବାର ଜନ୍ମ ଦିନରେ ଫେଲ ମାରିଛନ୍ତି । ଏଥରକୁ ମିଶାଇ ୫ଥର ସେ ଆଇପିଏଲରେ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ମଙ୍ଗଳବାର ଲକ୍ଷ୍ନୌ ସୁପର ଜ୍ୟାଂଟସ ବିପକ୍ଷ ମ୍ୟାଚରେ ସେ ୪ ରନ କରି ମୋହସିନ ଖାଁଙ୍କ ବଲରେ ଆଉଟ ହୋଇଥିଲେ । ୨୦୦୯ରେ ଡେକାନ ଚାର୍ଜର୍ସ ବିପକ୍ଷରେ ସେ ଜନ୍ମଦିନରେ ସର୍ବାଧିକ ୧୭ ରନ କରିଛନ୍ତି । ୨୦୧୪ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୧ରନ, ୨୦୨୨ରେ ରାଜସ୍ଥାନ ବିପକ୍ଷରେ ୨ ଓ ୨୦୨୩ରେ ୩ ରନ କରି ଆଉଟ ହୋଇଥିଲେ । ମୁମ୍ବାଇ ଚଳିତ ଆଇପିଏଲରେ ଖରାପ ପ୍ରଦର୍ଶନ ଜାରୀ ରଖିଛି ।

ମଙ୍ଗଳବାର ଦଳ ଲକ୍ଷ୍ନୌ ବିପକ୍ଷରେ ୧୪୫ ରନର ଟାର୍ଗେଟ ରଖିଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମୁମ୍ବାଇ ୯ ମ୍ୟାଚରୁ ୬ ପଂଏଟ ହାସଲ କରି ପ୍ଲେ ଅଫ ପ୍ରବେଶ ପାଇଁ ସଂଘର୍ଷ କରୁଛି । ଆଉ ଗୋଟିଏ ମ୍ୟାଚରେ ପରାଜିତ ହେଲେ ଏହା ପ୍ରାୟତଃ ଅସମ୍ଭବ ହୋଇ ପଡିବ ।

Leave A Reply

Your email address will not be published.