Latest Odisha News

BREAKING NEWS

ସତ୍ୟପାଠର ତଥ୍ୟରୁ ଖୁଲାସା; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର: ଆଜି (ମଙ୍ଗଳବାର) ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତଥ୍ୟରୁ ଜଣା ପଡିଛି ଯେ, ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ । ବର୍ତ୍ତମାନ ତାଙ୍କ ପାଖରେ ନଗଦ ୩୦ ହଜାର ଟଙ୍କା ରହିଛି । ବିଭିନ୍ନ ବ୍ୟାଙ୍କରେ ଡିପୋଜିଟ୍‌ ଏବଂ ଫିକ୍ସ ଆକାରରେ ଟଙ୍କା ରହିଛି ।

ଏହା ସହ ନବୀନଙ୍କ ପାଖରେ ୫୭ କୋଟି ଟଙ୍କା ମୂଲ୍ୟର ସ୍ଥାବର ସଂପତ୍ତି ମଧ୍ୟ ରହିଛି ଏବଂ ୧୪ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି ।

ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜି ଏସ୍‌ବିଆଇ ବ୍ରାଞ୍ଚରେ ୩୦ ଲକ୍ଷ ଟଙ୍କାର ଡିପୋଜିଟ୍‌ ରଖିଛନ୍ତି । ସମାନ ଭାବରେ ହିଞ୍ଜିଳିରେ ମଧ୍ୟ ୩୦ ଲକ୍ଷ ଟଙ୍କାର ଡିପୋଜିଟ୍‌ ରଖିଛନ୍ତି । ତେବେ କଣ୍ଟାବାଞ୍ଜି ଓ ହିଞ୍ଜିଳି ବ୍ୟାଙ୍କ ଆକାଉଣ୍ଟରେ ଯେଉଁ ଟଙ୍କା ରହିଛି ସେ କେବଳ ନିର୍ବାଚନୀ ଖର୍ଚ୍ଚ ପାଇଁ ବୋଲି ସତ୍ୟାପାଠରେ ଉଲ୍ଲେଖ ରହିଛି ।

ନବୀନ ନିବାସ ସ୍ଥିତ ଘର ଓ ଜମିର ମୂଲ୍ୟ ୧୩ କୋଟି ୬୬ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଥିବା ବେଳେ, ନୂଆଦିଲ୍ଲୀ ଅବଦୁଲ କଲାମ ରୋଡ୍ ସ୍ଥିତ ଘରର ଦାମ୍ ୪୩ କୋଟି ୩୬ ଲକ୍ଷ ଟଙ୍କା ହେବ ବୋଲି ନିର୍ବାଚନୀ ସତ୍ୟପାଠରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.