Latest Odisha News

BREAKING NEWS

ଚଳିତ ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ ଖେଳିବା ପାଇଁ ରୋହିତ, କୋହଲି ଆଗ୍ରହୀ

କେପଟାଉନ: ଦିନିକିଆ ବିଶ୍ୱକପ କ୍ରିକେଟର ଫାଇନାଲରେ ଭାରତ ହାରିବା ପରେ ପ୍ରଶଂସକଙ୍କ ମନ ଭାଙ୍ଗିଯାଇଛି । ଏବେ ସମସ୍ତଙ୍କ ନଜର ଚଳିତ ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ ଉପରେ ରହିଛି । ରୋହିତ ଶର୍ମା ଓ ବିରାଟ କୋହଲି ଏହି ବିଶ୍ୱକପରେ ଖେଳିବେ କି ନାହିଁ ଦ୍ୱନ୍ଦ୍ୱ ଲାଗି ରହିଛି । ତେବେ ଏକ ରିପୋର୍ଟ ଅନୁସାରେ ଟି୨୦ ବିଶ୍ୱକପ ଖେଳିବା ଉଭୟ ଆଗ୍ରହ ପ୍ରକାଶ କରିଛନ୍ତିି । ଯାହା ଫଳରେ ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି ଏବେ ଦଳ ଚୟନ ପାଇଁ ଆଇପିଏଲ ପ୍ରଦର୍ଶନ ଉପରେ ତୀକ୍ଷଣ ନଜର ରଖିବେ । ଶିବସୁନ୍ଦର ଦାସ ଓ ସଲିଲ ଆଙ୍କୋଲା ଏବେ ଦକ୍ଷିଣ ଆଫ୍ରିକାରେ ଅଛନ୍ତି । ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଅଗରକର ସେଠାରେ ପଂହଚିଯିବେ ।

ରୋହିତ ଓ କୋହଲିଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିବା ପରେ ସେମାନେ ଆଫଗାନିସ୍ତାନ ବିପକ୍ଷ ସିରିଜ ପାଇଁ ଦଳ ଚୟନ କରିବେ ବୋଲି ଜଣାପଡିଛି । ଆଇପିଏଲରେ ଓଭରାଲ ୩୦ ଖେଳାଳି ଏବଂ କୋହଲି ଓ ରୋହିତଙ୍କ ଫର୍ମ ଏବଂ ଫିଟନେସ ଉପରେ ଚୟନ କମିଟି ନଜର ରଖିବ । ଜଣେ ଅଧିକାରୀ ନାମ ଗୋପନ ରଖି କହିଛନ୍ତି ଆଇପିଏଲ ବିଶ୍ୱକପ ଚୟନର ମୂଖ୍ୟ ଆଇନା ହେବ । ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫିଟନେସ ଉପରେ ସେ କିଛି କହିବା ପାଇଁ ମନା କରି ଦେଇଥିଲେ ।

Leave A Reply

Your email address will not be published.