Latest Odisha News

BREAKING NEWS

ନାମଲେଖା ବେଳେ ଛାତ୍ରଛାତ୍ରୀ ଦେବେ ଆଣ୍ଟି ଡ୍ରଗ୍ ଡିକ୍ଲାରେସନ

ନୂଆଦିଲ୍ଲୀ: ଏଣିକି ନାମଲେଖା ବେଳେ ଛାତ୍ରଛାତ୍ରୀ ଦେବେ ନିଶାମୁକ୍ତି ଘୋଷଣାନାମା ବା ଆଣ୍ଟି-ଡ୍ରଗ୍‌ ଡିକ୍ଲାରେସନ। ଉଚ୍ଚଶିକ୍ଷା, ବୈଷୟିକ ଶିକ୍ଷା ନାମଲେଖାବେଳେ ଛାତ୍ରଛାତ୍ରୀ ଘୋଷଣାନାମା ଦାଖଲ କରିବେ। ନିଶାଠାରୁ ଛାତ୍ରୀଛାତ୍ରଙ୍କୁ ଦୂରେଇ ରଖିବା ପାଇଁ ୟୁନିଭରସିଟି ଗ୍ରାଣ୍ଟ କମିଶନ ଏକ ବଡ ପଦକ୍ଷେପ ନେଇଛି।

ନିଶାମୁକ୍ତ ଭାରତ ଅଭିଯାନ ଅଧିନରେ ସବୁ କଲେଜକୁ ୟୁଜିସି ଏକ ଚିଠି ଜାରି କରିଛି। ବିଶ୍ୱବିଦ୍ୟାଳୟ କୁଳପତି ଓ କଲେଜର ପ୍ରିନ୍ସପାଲଙ୍କୁ ଚିଠିରେ ୟୁଜିସି ସାମାଜିକ ନ୍ୟାୟ ଓ ଆଧିକାରକ ମନ୍ତ୍ରଣାଳୟର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଜାରି କରିଛି। ତେବେ କେନ୍ଦ୍ରର ଚିଠି ପରେ ଶିକ୍ଷା ବିଭାଗକୁ ସାମାଜିକ ସୁରକ୍ଷା ସଚିବଙ୍କ ଚିଠି ଆସିଛି। ଏଣିକି ନାମ ଲେଖାବେଳେ ଛାତ୍ରଛାତ୍ରୀ ନିଶାମୁକ୍ତ ଘୋଷଣାନାମା ଦେବା ବାଧ୍ୟତାମୂଳକ।ପ୍ରକୃତରେ ନିଶା ମୁକ୍ତ ଭାରତ ଅଭିଯାନ କ୍ୟାମ୍ପେନକୁ ଅଧିକ ସଫଳ କରିବା ଦିଗରେ କେନ୍ଦ୍ର ସରକାର ଅଧିକ ଗୁରୁତ୍ବ ଦେଉଛନ୍ତି। ରାଗିଂ, ନିଶା ପଦାର୍ଥ ଇତ୍ୟାଦି ବିଭିନ୍ନ ଗତିବିଧି ଉପରେ ଦୃଷ୍ଟି ଦେବାକୁ ୟୁନିଭରସିଟି ଓ କଲେଜରେ କ୍ଲବ ଗଠନ ପାଇଁ ୟୁଜିସି ନିର୍ଦ୍ଦେଶ ଦେଇଛି।

 

Leave A Reply

Your email address will not be published.