Latest Odisha News

BREAKING NEWS

ଜମ୍ମୁ-କାଶ୍ମୀରର ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଦିଲ୍ଲୀର ସାଉଥ ବ୍ଲକରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ, ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, ମୁଖ୍ୟ ଶାସନ ସଚିବ ଅଟଳ ଦୁଲ୍ଲାଓ, କାଶ୍ମୀର ପୋଲିସ ମହାନିର୍ଦ୍ଦେଶକ ରଶ୍ମିରଞ୍ଜନ ସ୍ବାଇଁ, ଇଣ୍ଟେଲିଜେନ୍ସି ବ୍ୟୁରୋ ମୁଖ୍ୟ ତପନ ଡେକା, R&AW ମୁଖ୍ୟଙ୍କ NIAଡିଜି ପ୍ରମୁଖ ଉପସ୍ଥିତ ଥିଲେ।

ବୈଠକରେ ଜମ୍ମୁରେ ହୋଇଥିବା ଆତଙ୍କୀ ଆକ୍ରମଣ ନେଇ ଆଲୋଚନା ହୋଇଛି। ଏକାଧିକ ଆତଙ୍କୀ ଆକ୍ରମଣ ପରେ ଘାଟିରେ ବର୍ତ୍ତମାନର ସ୍ଥିତି ଓ ଗ୍ରହଣ କରାଯାଇଥିବା ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି ।ଏଥି ସହିତ ଘାଟିରେ ସୁରକ୍ଷା ବ୍ୟବସ୍ଥା, ଆତଙ୍କବାଦ ନିରୋଧୀ ଅପରେସନ ସମ୍ପର୍କରେ ସମୀକ୍ଷା କରାଯାଇଛି । ସ୍ଥାନୀୟ ପୋଲିସ, ସେନା ଓ ସିଆରପିଏଫ ମଧ୍ୟରେ ଉତ୍ତମ ସମନ୍ବୟ ରକ୍ଷା କରି ଅପରେସନକୁ ଆହୁରି ପ୍ରଭାବୀ କରିବା ପାଇଁ ରଣନୀତି ପ୍ରସ୍ତୁତ ହୋଇଛି । ୨୦୨୧ ରେ କେନ୍ଦ୍ର ସରକାର କାଶ୍ମୀରରେ ୨୮୪୦୦ଶହ କୋଟି ବ୍ଯୟରେ ଶିଳ୍ପ ଉନ୍ନୟନ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲେ, ସେ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି ।

ଧାରା-୩୭୦ ଉଚ୍ଛେଦ ପରେ ଜମ୍ମୁ-କାଶ୍ମୀରକୁ ଦୁଇ କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିଲା । ଗତବର୍ଷଠାରୁ ଜମ୍ମୁକାଶ୍ମୀରରେ ପୁଣି ଥରେ ଆତଙ୍କୀଙ୍କ ପ୍ରାଦୁର୍ଭାବ ବଢିଛି । ସରକାରୀ ତଥ୍ୟ ଅନୁସାରେ, ଗତ ୨ବର୍ଷ ମଧ୍ୟରେ ୮ଆତଙ୍କୀ ଆକ୍ରମଣ ଘଟଣାରେ ମୋଟ ୩୪ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି । ସହିଦଙ୍କ ମଧ୍ୟରେ ସେନା, ପାରାମିଲିଟାରୀ ଫୋର୍ସ ଓ ସ୍ଥାନୀୟ ପୋଲିସର କର୍ମଚାରୀ ରହିଛନ୍ତି ।

 

Leave A Reply

Your email address will not be published.