Latest Odisha News

BREAKING NEWS

ଆନ୍ତର୍ଜାତୀୟ କ୍ରିକେଟର ୨୦୦୦୦ ରନ କ୍ଲବରେ ରୋହିତ

ଭାଇଜାଗ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ ଅବସରରେ ବଡ ଉପଲବ୍ଧି ହାସଲ କରିଛନ୍ତି । ସେ ଆନ୍ତର୍ଜାତୀୟ କ୍ରିକେଟରେ ୨୦୦୦୦ ରନ ପୂର୍ଣ୍ଣ କରିଛନ୍ତି । ଭାରତର ୪ର୍ଥ ଏବଂ ଓଭରାଲ ୧୪ତମ କ୍ରିକେଟର ଭାବେ ଏହି ସଫଳତା ହାସଲ କରିଛନ୍ତି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୩୪୦୦୦ ରନ କରି ଏବେ ବି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତିି । ଭାରତୀୟଙ୍କ ମଧ୍ୟରେ ବିରାଟ କୋହଲିତ ୨୭୯୧୦ ରନ ସହ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ରାହୁଲ ଡ୍ରାଭିଡ(୨୪୨୦୮) ଓ ଏବେ ରୋହିତ ୨୦୦୦୦ ରନ ପୂର୍ଣ୍ଣ କରିଛନ୍ତି ।

 ରୋହିତ ୬୭ ଟେଷ୍ଟରେ ୧୨ ଶତକ ଓ ୧୮ ଅର୍ଦ୍ଧଶତକ ସହ ୪୩୦୧ ରନ, ୨୭୮ ଦିନିକିଆରେ ୩୩ ଶତକ ୬୧ ଅର୍ଦ୍ଧଶତକ ସହ ୧୧୫୧୬ ଓ ଟି୨୦ରେ ୧୫୯ ମ୍ୟାଚରେ ୪୨୩୧ ରନ କରିଛନ୍ତି । ରୋହିତ ୩୫ ଥର ପ୍ରଥମ ୱିକେଟରେ ୧୦୦ରୁ ଊର୍ଦ୍ଧ୍ୱ ରନ ପାର୍ଟନରଶିପରେ ସଂଗ୍ରହ କରିଛନ୍ତି । ୨୦୧୩ ପରେ ଭାରତର କୌଣସି ଓପନିଂ ଯୋଡି ୧୦୦ରୁ ଊର୍ଦ୍ଧ୍ୱ ପାର୍ଟନରଶିପ ସଂଗ୍ରହ କରିଛନ୍ତି । ୨୦୧୩ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶିଖର ଧାୱନଙ୍କ ସହ ସେ ୧୨୭ ରନର ପାର୍ଟନରଶିପ ସଂଗ୍ରହ କରିଥିଲେ ।

Leave A Reply

Your email address will not be published.