ତିରୁପତି: ଆନ୍ଧ୍ର ପ୍ରଦେଶର ତିରୁପତି ବାଲାଜୀ ମନ୍ଦିର ପରିଚାଳନା କମିଟି ୧୮ ଜଣ କର୍ମଚାରୀଙ୍କୁ ବହିଷ୍କାର କରିବାକୁ ପ୍ରସ୍ତୁତ ହେଉଛି। ସମସ୍ତେ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି)ର ନିୟମ ବିରୁଦ୍ଧରେ କାମ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ଟ୍ରଷ୍ଟ ୧୮ ଜଣ କର୍ମଚାରୀଙ୍କ ସମ୍ମୁଖରେ ଦୁଇଟି ସର୍ତ୍ତ ରଖିଛି – ସେମାନେ ଅନ୍ୟ କୌଣସି ସରକାରୀ ବିଭାଗକୁ ସ୍ଥାନାନ୍ତର ହେବେ କିମ୍ବା ସ୍ୱେଚ୍ଛାକୃତ ଅବସର ନେବେ। ମନ୍ଦିରର ପବିତ୍ରତା ବଜାୟ ରଖିବା ପାଇଁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଉଛି।
ସୂଚନା ଅନୁଯାୟୀ, ଟିଟିଡି ୧୨ଟି ମନ୍ଦିରର ରକ୍ଷଣାବେକ୍ଷଣ କରିଥାଏ। ଏଥିରେ ୧୪ ହଜାରରୁ ଅଧିକ କର୍ମଚାରୀ କାମ କରନ୍ତି।
ଟିଟିଡି ଅଧ୍ୟକ୍ଷ ନାଇଡୁ କହିଛନ୍ତି ଯେ, ଫେବୃଆରୀ ୪ ତାରିଖରେ ମୁଁ ବୋର୍ଡ ବୈଠକରେ ପ୍ରସ୍ତାବ ଉପସ୍ଥାପନ କରିଥିଲି, ଯାହାକୁ ସର୍ବସମ୍ମତି କ୍ରମେ ଗୃହୀତ କରାଯାଇଥିଲା। ଆମେ କିଛି ଅଣହିନ୍ଦୁ ଟିଟିଡି କର୍ମଚାରୀଙ୍କୁ ଚିହ୍ନଟ କରିଥିଲୁ। ଏହି ଲୋକମାନଙ୍କୁ ଭିଆରଏସ ନେବାକୁ ଅନୁରୋଧ କରିବୁ। ଯଦି ସେମାନେ ଏଥିରେ ରାଜି ନ ହୁଅନ୍ତି, ତେବେ ସେମାନଙ୍କୁ ରାଜସ୍ୱ, ପୌରପାଳିକା କିମ୍ବା ଅନ୍ୟ କୌଣସି ନିଗମ ଭଳି ସରକାରୀ ବିଭାଗକୁ ସ୍ଥାନାନ୍ତର କରାଯିବ।
Comments are closed.