Latest Odisha News

BREAKING NEWS

ରୋହିତ ଶର୍ମା ଆଘାତପ୍ରାପ୍ତ, ରିପୋର୍ଟକୁ ଅପେକ୍ଷା

ମୁମ୍ବାଇ: ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଭାରତୀୟ କ୍ରିକେଟ ଦଳକୁ ଶକ୍ତ ଧକ୍କା ଲାଗିଛି । ସୋମବାର ଅଭ୍ୟାସ ସେଶନରେ ଉପ ଅଧିନାୟକ ରୋହିତ ଶର୍ମା ଆଘାତପ୍ରାପ୍ତ ହୋଇଛନ୍ତି । ଥ୍ରୋ ଡାଉନ ସ୍ପେଶାଲିଷ୍ଟ ରାଘବେନ୍ଦ୍ରଙ୍କ ଥ୍ରୋ ରୋହିତଙ୍କ ହାତରେ ସିଧାସଳଖ ବାଜିଥିଲା । ଦୀର୍ଘ ସମୟ ଧରି ସେ ଯନ୍ତ୍ରଣା ଅନୁଭବ କରିଥିଲେ । ଏବେ ତାଙ୍କ ରିପୋର୍ଟକୁ ବ୍ୟଗ୍ରତା ସହକାରେ ଅପେକ୍ଷା କରାଯାଇଛି ।

ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ଗସ୍ତରେ ଖେଳାଯିବାକୁ ଥିବା ସୀମିତ ଓଭର ବିଶିଷ୍ଟ ମ୍ୟାଚରେ ରୋହିତଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଥିବା ବେଳେ ବିରାଟ କୋହଲି ଟେଷ୍ଟ ଟିମ ଅଧିନାୟକ ପଦକ ବଜାୟ ରଖିଛନ୍ତି ।

Leave A Reply

Your email address will not be published.