Latest Odisha News

BREAKING NEWS

ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ଖେଳି ନ ପାରନ୍ତି ରୋହିତ

ଢ଼ାକା: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ଖେଳି ନ ପାରନ୍ତି । ଦ୍ୱିତୀୟ ଦିନିକିଆ ଅବସରରେ ରୋହିତ ଆଘାତପ୍ରାପ୍ତ ହୋଇଥିଲେ । ତେବେ ଏହା ସତ୍ୱେ ସେ ଶେଷ ଭାଗରେ ବ୍ୟାଟିଂ କରିବାକୁ ଆସି ଚମତ୍କାର ଅର୍ଦ୍ଧଶତକ ହାସଲ କରିଥିଲେ । ଅବଶ୍ୟ ଭାରତ ଏହି ମ୍ୟାଚ ସହ ସିରିଜ ହାରି ଯାଇଥିଲା । ମ୍ୟାଚ ପରେ କୋଚ ରାହୁଲ ଦ୍ରାବିଡ କହିଛନ୍ତି ଯେ, ବିଶେଷଜ୍ଞଙ୍କ ସହ ଆଲୋଚନା କରିବା ପରେ ସେ ସ୍ୱଦେଶ ପ୍ରତ୍ୟାବର୍ତନ କରିବେ । ରୋହିତ, ଦୀପକ ଚହର ଓ କୂଲଦୀପ ସେନ ତୃତୀୟ ଦିନିକିଆରେ ଖେଳିବେନି । ରୋହିତଙ୍କ ମତରେ ଆଙ୍ଗୁଳିରେ ବଲ ବାଜିଥିଲେ ମଧ୍ୟ ମୁଁ ଭାଗ୍ୟବାନ ଯେ, ଏହା ଭାଙ୍ଗି ନାହିଁ ।

୧୪ ଡିସେମ୍ବରରୁ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି । ନେଟ୍ସରେ ଯଦି ସେ ଭଲ ଭାବେ ଅଭ୍ୟାସ କରିପାରିବେ ତାହାହେଳେ ଖେଳିବାରେ କୌଣସି ଅସୁବିଧା ନାହିଁ । ମାତ୍ର ଏହା ଗୁରୁତର ଥିଲେ ଏତେ ଶୀଘ୍ର ଖେଳିବା ସମ୍ଭବପର ନୁହେଁ ବୋଲି ଜଣେ ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.