ନୂଆଦିଲ୍ଲୀ: ହିଟମ୍ୟାନ ରୋହିତ ଶର୍ମା ଆନ୍ତର୍ଜାତୀୟ କ୍ରିକେଟରେ ଦ୍ୱିତୀୟ ଓପନର ଭାବେ ଦ୍ରୁତ ୧୧୦୦୦ ରନ ପୂର୍ଣ୍ଣ କରିବା ଗୌରବ ଅର୍ଜନ କରିଛନ୍ତି । ଇନିଂସ ଆଧାରରେ ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପଛକୁ ରହିଛନ୍ତି । ସଚିନ ୨୪୧ ଇନିଂସରେ ଏହି କୀର୍ତିମାନ କରିଥିବା ବେଳେ ରୋହିତ ୨୪୬ ଇନିଂସ ଖେଳିଛନ୍ତି । ଏମାନଙ୍କ ପଛକୁ ମାଥ୍ୟୁ ହେଡେନ (୨୫୧), ସୁନୀଲ ଗାଭାସ୍କର (୨୫୮), ଗର୍ଡନ ଗ୍ରୀନିଜ (୨୬୧) ଓ ଗ୍ରାହାମ ଗୁଚ ୨୬୨ ଇନିଂସରେ ଏହି ସଫଳତା ହାସଲ କରିଥିଲେ ।
ରୋହିତ ଶର୍ମା ଏଥିସହ ଆନ୍ତର୍ଜାତୀୟ କ୍ରିକେଟରେ ୮ମ ଭାରତୀୟ ଭାବେ ସେ ୧୫୦୦୦ ରନ ପୂର୍ଣ୍ଣ କରିଛନ୍ତି । ୨୦୨୧ରେ ଆନ୍ତର୍ଜାତୀୟ କ୍ରିକେଟରେ ସେ ପ୍ରଥମ ଖେଳାଳି ଭାବେ ୧୦୦୦ ରନ କରିଛନ୍ତି ।
Comments are closed.