Latest Odisha News

BREAKING NEWS

କାର୍ ଧକ୍କାରେ ଗଲା କନଷ୍ଟେବଳଙ୍କ ଜୀବନ

କଟକ: ମର୍ଣ୍ଣଂ ଓ୍ୱାକରେ ଯିବା ବେଳେ ଧକ୍କା ଦେଲା କାର୍ । ଦୁର୍ଘଟଣା ନେଲା କନଷ୍ଟେବଳଙ୍କ ଜୀବନ । କଟକ ଜିଲ୍ଲା ବାଙ୍କୀ ଥାନା କଇଁମୁଣ୍ଡି ଚାରିଘରିଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକ ହେଲେ କଇଁମୁଣ୍ଡି ଫାଣ୍ଡିର କନେଷ୍ଟବଳ ରମେଶ ଚନ୍ଦ୍ର ପରିଡ଼ା । ମର୍ଣ୍ଣିଂ ଓ୍ୱାକରେ ଯିବା ବେଳେ ବାଙ୍କୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା କାର୍ ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାସ୍ଥଳରେ ଟଳି ପଡ଼ିଥିଲେ ରମେଶ ଚନ୍ଦ୍ର ପରିଡ଼ା ।

BjdElectrycity

ଦୁର୍ଘଟଣା ପରେ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା କାର୍ । ଏଥିରେ ଥିବା ଜଣେ ଯୁବତୀ ଓ ତିନି ଜଣ ଯୁବକ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କଇଁମୁଣ୍ଡି ଫାଣ୍ଡି ପୋଲିସ ଓ ବାଙ୍କୀ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ରମେଶଙ୍କ ମୃତଦେହ ଉଦ୍ଧାର କରିଥିଲେ । ପୋଲିସ ଅଧିକ ତଦନ୍ତ କରୁଛି ।

Leave A Reply

Your email address will not be published.